ଉପକ୍ରମ:
ଏକ ବିକସିତ ଓ ସ୍ୱଛ ରେଲୱେ ପ୍ଲାଟଫର୍ମ ନିର୍ମାଣ କରିବା ଉକ୍ତ ପ୍ରକଳ୍ପର ଲକ୍ଷ୍ୟ । ଆଧୁନିକ ବୈଷୟିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ସାହାଯ୍ୟ ନେଇ ଏଠାରେ ଆମେ ଏକ ପରିଷ୍କାର ପରିଛନ୍ନ ରେଳ ପ୍ଲାଟଫର୍ମର ବ୍ୟବସ୍ଥା କରିଅଛୁ । ଏହା ସ୍ୱୟଂଚାଳିତ ହେବା ସଂଗେସଂଗେ ସ୍ୱଛ ପରିବେଶ ପାଇଂ ମଧ୍ୟ ଅନୁକୁଳ । ଏହା ଦ୍ୱାରା ଭାରତର ସମ୍ମାନ ବୃଧି ପାଇବା ସଂଗେ ସଂଗେ ବାତାବରଣ ସ୍ୱାସ୍ଥ୍ୟ ଅନୁକୁଳ ହୋଇଥାଏ । ଏହି କାର୍ଯ୍ୟପାଇଁ ଆବଶ୍ୟକ ହେଉଥିବା ବିଦ୍ୟୁତ ଶକ୍ତି ସୌରଫଳକ ଜରିଆରେ ସୂର୍ଯ୍ୟ ଠାରୁ ମିଳି ଥାଏ ।
ବ୍ଲକ ଡାଇଗ୍ରାମ

ଆବଶ୍ୟକୀୟ ଉପକରଣ
ବିଦ୍ୟୁତ କୋଷ
ଟ୍ରାନ୍ସଫର୍ମର
ସୌରଫଳକ
କାପାସିଟର
ପ୍ରତିରୋଧ
ଟ୍ରାଞିଷ୍ଟର
ଏଲ.ଇ.ଡି.
ମୋଟର
ଟାଇମର ସର୍କିଟ
ସୁଇଚ
ଡାଇଓଡ
କ୍ରାଂକ
ରିଲେ
କାର୍ଯ୍ୟପ୍ରଣାଳୀ
ସାଧାରଣତଃ ରେଳଧାରଣା ଉପରେ ଥିବା ମଇଳା ଓ ଦୂଷିତ ଜଳ, ବାୟୁ ସଂଷ୍ପର୍ସରେ ଆସି ପ୍ଲାଟଫର୍ମ ପରିବେଶକୁ ଅପରିଷ୍କାର କରିଥାଏ । ଏହି ପ୍ରକଳ୍ପରେ ଧାରଣା ଉପରେ ଥିବା ମଇଳାକୁ ଜମିବାକୁ ଦିଆଯିବ ନାହିଁ । ରେଳଗାଡିଟି ପ୍ଲାଟଫର୍ମରେ ପ୍ରବେଶ କରିବା ପୂର୍ବରୁ ସେନ୍ସରଟି ସକ୍ରିୟ ହୋଇ ଉଠି ମୋଟରକୁ କାର୍ଯ୍ୟକ୍ଷମ କରାଇଥାଏ । ଏହାଫଳରେ ଏକ ନିର୍ଧାରିତ ସମୟ ପାଇଁ ଧାରଣାରେ ଲାଗିଥିବା ଢାଂକୁଣୀ ଗୁଡିକ ଖୋଲି ଯାଇଥାଏ । ରେଳ ପାଇଖାନାର ସମସ୍ତ ମଇଳାକୁ ଧାରଣା ତଳେଥିବା ଡ୍ରେନ କୁ ନିଷ୍କାସିତ କରି ଦିଆଯାଇଥାଏ । ରେଳଗାଡିଟି ପ୍ଲାଟଫର୍ମ ଛାଡି ଚାଲିଯିବା ପରେ ଦ୍ୱିତୀୟ ସେନ୍ସର ଟି ସକ୍ରିୟ ହୋଇଉଠି ମୋଟର କୁ ବିପରୀତ ଦିଗ ରେ ଘୁରାଇବା ଦ୍ୱାରା ଧାରଣାର ଢାଂକୁଣୀ ଗୁଡିକ ସ୍ୱତଃପ୍ରବୃତ୍ତ ଭାବରେ ବନ୍ଦହୋଇ ଯାଇଥାଏ ।
ଉପକାରୀତା
ଏହା ଦ୍ୱାରା ଭାରତର ସମ୍ମାନ ବୃଧି ପାଇବା ସଂଗେ ସଂଗେ ବାତାବରଣ ସ୍ୱାସ୍ଥ୍ୟ ଅନୁକୁଳ ହୋଇଥାଏ ।
ଏହା ଏକ ପରିଷ୍କାର ପରିଛନ୍ନ ରେଳ ପ୍ଲାଟଫର୍ମ ବ୍ୟବସ୍ଥା ହୋଇଥିବାରୁ ବାୟୁ ସଂକ୍ରମଣ ଜନିତ ରୋଗ ବ୍ୟାପିନଥାଏ ।
ଏହା ଏକ ସ୍ୱୟଂଚାଳିତ ବ୍ୟବସ୍ଥା ।
ଏଥିରେ ବ୍ୟବହୃତ ହେଉଥିବା ଶକ୍ତି ସୂର୍ଯ୍ୟ ଠାରୁ ବିନା ମୂଲ୍ୟରେ ମିଳି ଥାଏ ।
ଯୋଗାଯୋଗ :-
ଇଂ. ଅନିଲ କୁମାର ପୃଷ୍ଟି
+ ୯୧ ୯୮୬୧୦୦୪୮୯୫