0 Comments

ଉପକ୍ରମ:

ଏକ ପ୍ରଦୂଷଣ ମୁକ୍ତ ରକେଟ ଲଂଚିଂଗ ବ୍ୟବସ୍ଥା ନିର୍ମାଣ କରିବା ଉକ୍ତ ପ୍ରକଳ୍ପର ଲକ୍ଷ୍ୟ । ଆଧୁନିକ ବୈଷୟିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ସାହାଯ୍ୟ ନେଇ ଏଠାରେ ଆମେ ଏକ ରକେଟ କ୍ଷେପଣ ବ୍ୟବସ୍ଥା ନିର୍ମାଣ କରୁଛୁ ଯାହାକି ଦହନୀୟ ଇନ୍ଧନ ଓ ଗ୍ୟାସ ପରିବର୍ତ୍ତେ ବିଦ୍ୟୁତ ଶକ୍ତି ଦ୍ୱାରା ପରିଚାଳିତ ହୋଇପାରିବ । ଏହି ପ୍ରକ୍ରିୟା ସ୍ୱଳ୍ପ ବ୍ୟୟ ବିଶିଷ୍ଟ ହେବା ସଂଗେସଂଗେ ପରିବେଶ ପାଇଂ ମଧ୍ୟ ଅନୁକୁଳ । ଏହାକୁ କାଇନେଟିକ ଲଂଚ ବ୍ୟବସ୍ଥା ମଧ୍ୟ କୁହାଯାଇପାରିବ । ଏହା ଏକ ଅର୍ବିଟାଲ ଆକ୍ସିଲେଟର ବ୍ୟବସ୍ଥା ବ୍ୟବହାର କରିଥାଏ । ଏହି କାର୍ଯ୍ୟପାଇଂ ଆବଶ୍ୟକ ହେଉଥିବା ବିଦ୍ୟୁତ ଶକ୍ତି ସୌରଫଳକ ଜରିଆରେ ସୂର୍ଯ୍ୟ ଠାରୁ ମିଳି ଥାଏ ।

ବ୍ଲକ ଡାଇଗ୍ରାମ:

ଆବଶ୍ୟକୀୟ ଉପକରଣ :

ବିଦ୍ୟୁତ କୋଷ

ଟ୍ରାନ୍ସଫର୍ମର

ସୌରଫଳକ

କାପାସିଟର

ପ୍ରତିରୋଧ

ଟ୍ରାଞିଷ୍ଟର

ଏଲ.ଇ.ଡି.

ମୋଟର

ସ୍ପିଡ କଂଟ୍ରୋଲର

ସୁଇଚ

କାର୍ଯ୍ୟପ୍ରଣାଳୀ :

ସ୍ପିଡ କଂଟ୍ରୋଲର ଜରିଆରେ ବୈଦ୍ୟୁତିକ ମୋଟରର ବେଗକୁ ନିୟଂତ୍ରଣ କରାଯାଇଥାଏ । ମୋଟରର ଅକ୍ଷ ସହ ସଂଯୁକ୍ତ ହୋଇଥିବା କାର୍ବନ ଫାଇବର ଟିଦରଟି ରକେଟଟିକୁ ଖୁବ ଦୃତବେଗରେ ଘୁରାଇ ଥାଏ । ଅର୍ବିଟାଲ ଆକ୍ସିଲେଟରର ଆଭ୍ୟଂତର ବାୟୁ ଚାପ କୁ ହ୍ରାସ କରିବାର ସୁବିଧା ଥାଏ । ରକେଟ ଓ ବାୟୁ ମଧ୍ୟରେ ଘର୍ଷଣ ଜନିତ ସୃଷ୍ଟି ହେଉଥିବା ଉତ୍ତାପ କୁ ହ୍ରାସ କରିବା ଏହାର ଲକ୍ଷ୍ୟ । ଏକ ପ୍ରୋଜେକ୍ଟାଇଲ ପରି ରକେଟଟିକୁ ଏସ୍କେପ ପରିବେଗ ରେ କ୍ଷେପଣ କରାଯାଇ ଉପଯୁକ୍ତ କକ୍ଷ ପଥରେ ସ୍ଥାପିତ କରାଯାଇଥାଏ । ପୃଥିବୀର ମାଧ୍ୟାକର୍ଷଣ କ୍ଷେତ୍ର ଅତିକ୍ରମ କରିଯିବାପରେ ରକେଟଟି ସ୍ୱତଃ ଅଗ୍ନି ସଂଯୁକ୍ତ ହୋଇ ନିଜ କକ୍ଷ ପଥରେ ପ୍ରଦକ୍ଷିଣ କରିଥାଏ ।

ଉପକାରୀତା:

ଏହି ରକେଟ କ୍ଷେପଣ ବ୍ୟବସ୍ଥା ପ୍ରଦୂଷଣ ମୁକ୍ତ ।

ଏହା ସ୍ୱଳ୍ପ ଖର୍ଚ ବିଶିଷ୍ଟ ଏବଂ ପରିବେଶ ଅନୁକୁଳ ।

ଏଠାରେ ବିଦ୍ୟୁତ ଶକ୍ତି ସୌରଫଳକ ଜରିଆରେ ସୂର୍ଯ୍ୟ ଠାରୁ ମିଳି ଥାଏ ।

ଯୋଗାଯୋଗ :-

ଇଂ.  ଅନିଲ କୁମାର ପୃଷ୍ଟି

+ ୯୧ ୯୮୬୧୦୦୪୮୯୫

Leave a Reply

Your email address will not be published. Required fields are marked *

Related Posts