0 Comments

ଉପକ୍ରମ:

ଏହି ପ୍ରକଳ୍ପରେ ବୟସ୍କ ବୃଦ୍ଧ ଓ ବୃଦ୍ଧାମାନଙ୍କ ଚାଲିବା ନିମନ୍ତେ ଆମେ ଏକ ସହାୟକ ବାଡି ତିଆରି କରିଅଛୁ । ଆଧୁନିକ ବୈଷୟିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ସାହାଯ୍ୟ ନେଇ ଏହି ବାଡିଟିକୁ ପ୍ରସ୍ତୁତ କରାଯାଇଅଛି । ଦୁର୍ବଳା ବୃଦ୍ଧାଟିଏ ପାଇଁ  ରାସ୍ତାରେ ଚାଲିବାବେଳେ ଏହା ଏକ ଠେଙ୍ଗା ପରି ସାହାଯ୍ୟ କରିପାରିବ । ଚାଲିଚାଲି ଥକିପଡିଲେ ଏହି ବାଡିରେ ବସିରହି କିଛି ସମୟ ବିଶ୍ରାମ ନିଆଯାଇ ପାରିବାର ବ୍ୟବସ୍ଥା ରହିଛି । ଅନ୍ଧାର ରାସ୍ତାରେ ଚାଲୁଥିବା ବେଳେ ଏଥିରେ ଆଲୋକର ବ୍ୟବସ୍ଥା କରାଯାଇ ଅଛି । କୌଣସି ମାରଣା ଜୀବଜନ୍ତୁ ପାଖକୁ ମାଡି ଆସୁଥିଲେ ସେମାନଙ୍କୁ ଘଉଡାଇବା ନିମନ୍ତେ ଏଥିରେ ଏକ ହାଲକା ବୈଦ୍ୟୁତିକ ଝଟକା ବ୍ୟବସ୍ଥା ରଖାଯାଇଛି । ଏଥିରେ ଏକ ଛୋଟ ପାଣି ବୋତଲ ଓ କିଛି ଜରୁରୀକାଳିନ ଔଷଧ ରଖିହେବ । ଏଥିରେ ବ୍ୟବହୃତ ହୋଇଥିବା ଅଲ୍ଟ୍ରାସୋନିକ୍ ସେନ୍ସର୍, ଦୃଷ୍ଟିହୀନ ବ୍ୟକ୍ତି କୁ ରାସ୍ତା ଚାଲିବାରେ ସାହାଯ୍ୟ କରିପାରିବ । ଚାଲୁଚାଲୁ ଖସିପଡିଲେ, ଭାଇବ୍ରେସନ୍ ସେନ୍ସର୍ ଓ ଜି.ଏସ୍.ଏମ୍.  ମଡ୍ୟୁଲ୍ ଜରିଆରେ ବୁଢୀମା ଖସିପଡିଛନ୍ତି ବୋଲି ଘରଲୋକଙ୍କ ମୋବାଇଲ୍ ଫୋନ୍ କୁ ଏକ ମେସେଜ୍ ପହଞ୍ଚିଯାଏ ।

ବ୍ଲକ ଡାଇଗ୍ରାମ

ଆବଶ୍ୟକୀୟ ଉପକରଣ 

ବିଦ୍ୟୁତ କୋଷ

ଟ୍ରାନ୍ସଫର୍ମର

କାପାସିଟର

ପ୍ରତିରୋଧ

ପରିବର୍ତ୍ତନଶୀଳ ପ୍ରତିରୋଧ

ଟ୍ରାଞିଷ୍ଟର

ଏଲ.ଇ.ଡି.

ଡାଇଓଡ

ରିଲେ

ଆଇ.ସି. ୫ ୫ ୫

ସୁଇଚ୍

ଲୁହା ନଳୀ

ନଟ୍ ଓ ବୋଲ୍ଟ

ପରିବାହୀ ତାର

କାଠ ପଟା

ଭାଇବ୍ରେସନ୍ ସେନ୍ସର୍

ଜି.ଏସ୍.ଏମ୍.  ମଡ୍ୟୁଲ୍

ମାଇକ୍ରୋକଣ୍ଟ୍ରୋଲର୍

ଅଲ୍ଟ୍ରାସୋନିକ୍ ସେନ୍ସର୍

ବଜର

ଉପକରଣ ବିବରଣୀ

ବିଦ୍ୟୁତ କୋଷ

ଏହା ବିଦ୍ୟୁତ ଶକ୍ତିକୁ ଗଛିତ କରି ରଖିଥାଏ ।

ପ୍ରତିରୋଧ

ଏହା ବିଦ୍ୟୁତ ସ୍ରୋତ ର ପ୍ରବାହ କୁ ଅବରୋଧ କରିଥାଏ ।

ପରିବର୍ତ୍ତିତ ପ୍ରତିରୋଧ

ଏଥିରେ ପ୍ରତିରୋଧକୁ ଆବଶ୍ୟକ ମୂତାବକ ବୃଦ୍ଧି ଓ ହ୍ରାସ କରିବାର ପ୍ରବନ୍ଧ ଥାଏ ।

ଡାଇଓଡ୍

ଏହା ବିଦ୍ୟୁତ ସ୍ରୋତକୁ କେବଳ ଗୋଟିଏ ଦିଗରେ ପ୍ରବାହିତ କରିଥାଏ । ବିପରୀତ ଦିଗରେ ଏହା ବିଦ୍ୟୁତ ସ୍ରୋତକୁ ପ୍ରବାହିତ ହେବାପାଇଁ ଅନୁମତି ଦେଇନଥାଏ । ଏହା ମଧ୍ୟରେ ପି-ପ୍ରକାର ଓ ଏନ୍-ପ୍ରକାର ଅର୍ଦ୍ଧପରିବାହୀ ମହଜୁଦ ଥାଏ ।

ସୁଇଚ୍

 ଏହା କୁ ହାତରେ ଦବାଇ ବିଦ୍ୟୁତ ପରିପଥ କୁ ସଂଯୋଗ ଓ ବିଛିନ୍ନ କରାଯାଇଥାଏ ।

ରିଲେ

ଏହା ଏକ ସ୍ୱୟଂଚାଳିତ ସୁଇଚ୍ । ବିଦ୍ୟୁତ ପରିପଥ କୁ ସଂଯୋଗ ଓ ବିଛିନ୍ନ କରିବା ଏହାର କାର୍ଯ୍ୟ । ରିଲେ ମଧ୍ୟରେ ଏକ ବିଦ୍ୟୁତ ଚୁମ୍ବକ ନିହିତ ଥାଏ । ରିଲେକୁ ବିଦ୍ୟୁତ ଚୁମ୍ବକିୟ ସୁଇଚ୍ ମଧ୍ୟ କୁହାଯାଏ ।

କାପାସିଟର‌

ଏହା ବୈଦ୍ୟୁତିକ ଚାର୍ଜକୁ ଗଛିତ କରି ରଖିପାରେ ।

ଏଲ୍.ଇ.ଡି.

ଏହା ବିଦ୍ୟୁତ ଶକ୍ତିକୁ ଆଲୋକ ଶକ୍ତିରେ ରୂପାନ୍ତରିତ କରିଥାଏ । ଏହା ଏକ ଟ୍ରାନ୍ସଡ୍ୟୁସର୍ ।

ଟ୍ରାନ୍ସଫର୍ମର

ଏହା ଭୋଲ୍ଟେଜ କୁ ବୃଦ୍ଧି ଓ ହ୍ରାସ  କରାଇପାରେ । ଏଠାରେ ବ୍ୟବହାର ହୋଇଥିବା ଟ୍ରାନ୍ସଫର୍ମର ଟି ଏକ ଉପଚାୟୀ ଟ୍ରାନ୍ସଫର୍ମର ।

ଟ୍ରାଞିଷ୍ଟର

ଏହା ବୈଦ୍ୟୁତିକ ସିଗ୍ନାଲ୍ କୁ ଆମ୍ପ୍ଲିଫାଏ କରିପାରେ । ଏହା ସୁଇଚ୍ ପରି ମଧ୍ୟ କାର୍ଯ୍ୟ କରିଥାଏ ।

ଆଇ.ସି. ୫ ୫ ୫

ଏହା ଦ୍ୱାରା ଏକ ନିର୍ଦ୍ଧିଷ୍ଟ ବାରମ୍ବାରତା ବିଶିଷ୍ଟ ବୈଦ୍ୟୁତିକ ପଲ୍ସ୍  ପ୍ରସ୍ତୁତ କରାଯାଇପାରେ ।

ମାଇକ୍ରୋକଣ୍ଟ୍ରୋଲର୍

ଏହା ଏକ କ୍ଷୁଦ୍ର କମ୍ପ୍ୟୁଟର୍ । ପ୍ରୋଗ୍ରାମ ମାଧ୍ୟମରେ କମାଣ୍ଡ ଦିଆଯାଇ ଏଥିରେ ଅନେକ କାମ କରାଯାଇପାରେ ।

ପିଜୋଇଲେକ୍ଟ୍ରିକ୍ ବଜର୍

କମ୍ପନ ରୁ ଧ୍ୱନୀ ଜାତ ହୁଏ । ପିଜୋଇଲେକ୍ଟ୍ରିକ୍ ବଜର୍ କୁ ବିଦ୍ୟୁତ ବିଭବ ପାର୍ଥକ୍ୟ ଯୋଗାଇ ଦେଲେ ଏଥିରୁ ଧ୍ୱନୀ ଜାତ ହୁଏ । କ୍ୱାର୍ଜ ଓ ଫେଲ୍ଡସ୍ପର ଇତ୍ୟାଦି ପିଜୋଇଲେକ୍ଟ୍ରିକ୍ ପଦାର୍ଥ ର କେତେକ ଉଦାହରଣ ।

ଭାଇବ୍ରେସନ୍ ସେନ୍ସର୍

ପିଜୋଇଲେକ୍ଟ୍ରିକ୍ ପଦାର୍ଥ କୁ ଆଘାତ ଦେଲେ ଏହା ଯାନ୍ତ୍ରିକ କମ୍ପନ କୁ ବିଦ୍ୟୁତ ଶକ୍ତିରେ ରୂପାନ୍ତରିତ କରିପାରେ । ତେଣୁ ପିଜୋଇଲେକ୍ଟ୍ରିକ୍ ପଦାର୍ଥ କୁ ଭାଇବ୍ରେସନ୍ ସେନ୍ସର୍ ଭାବରେ ବ୍ୟବହାର କରାଯାଇଥାଏ।

ଅଲ୍ଟ୍ରାସୋନିକ୍ ସେନ୍ସର୍

ବାଦୁଡି ଚଢେଇ ପରି ଅଲ୍ଟ୍ରାସୋନିକ୍ ସେନ୍ସର୍ ଟି ଅଲ୍ଟ୍ରାସୋନିକ୍ ତରଙ୍ଗକୁ ପଠାଇ ଥାଏ ଓ ନିକଟରେ ଥିବା କୌଣସି ବସ୍ତୁ ରେ ଏହି ତରଙ୍ଗ ପ୍ରତିଫଳିତ ହୋଇ ପୂନର୍ବାର ସେନ୍ସର୍ କୁ ପ୍ରତ୍ୟାବର୍ତ୍ତନ କଲେ ଏହା ତରଙ୍ଗକୁ ଗ୍ରହଣ ମଧ୍ୟ କରିଥାଏ ।

ଜି.ଏସ୍.ଏମ୍.  ମଡ୍ୟୁଲ୍

ଏହା ମୋବାଇଲ୍ ଫୋନ୍ ରେ ବ୍ୟବହୃତ ହେଉଥିବା ସିମ୍ କାର୍ଡ ଜରିଆରେ ଲିଖିତ ମେସେଜ୍ ପଠାଇବାରେ ସକ୍ଷମ ହୋଇଥାଏ ।

କାର୍ଯ୍ୟପ୍ରଣାଳୀ

ଏହି ବଙ୍କୁଲି ବାଡି ର ସାହାରାରେ ପ୍ରାପ୍ତ ବୟସ୍କା ବୃଦ୍ଧା ଟି ଚାଲିପାରେ । ଲୁହା ନଳୀରେ ତିଆରି ଏହି ମୂଖ୍ୟ ବଙ୍କୁଲି ବାଡିରେ ଦୁଇଟି  ନଳୀ ଓ ଏକ ଗୋଲାକୃତି କାଠ ପଟା ସଂଯୋଗ ହୋଇଥାଏ । ଏହା ଦ୍ୱାରା ବସିବା ପାଇଁ ଏହାକୁ ଏକ ଜରୁରୀକାଳିନ ଷ୍ଟୁଲ୍ ର ଆକୃତି ଦେବା ସମ୍ଭବ ହୋଇଥାଏ । ବିଶ୍ରାମ ସରିବା ପରେ ଏହାକୁ ପୂନର୍ବାର ଯାକିଯୁକିଦେଇ ବାଡିର ରୂପ ଦିଆଯାଇ ଥାଏ । ଅନ୍ଧାର ରାସ୍ତାରେ ଚାଲୁଥିବା ବେଳେ ଏଥିରେ ଥିବା ଏଲ.ଇ.ଡି. ଟର୍ଚକୁ ଜଳାଇ  ଆଲୋକର ବ୍ୟବସ୍ଥା କରାଯାଇ ପାରିବ । ଏକ ଚାରି ଭୋଲ୍ଟ ର ବ୍ୟାଟେରୀ ଓ ଉପଚାୟୀ ଟ୍ରାନ୍ସଫର୍ମର ଜରିଆରେ ବୈଦ୍ୟୁତିକ ଝଟକା ଦିଆଯାଇ ପାରିବ । ଏହି ଝଟକା କେବଳ ମାରଣା ଜୀବଜନ୍ତୁଙ୍କୁ ଦୂରକୁ ଘଉଡାଇଦେବା ପାଇଁ । ଏଥିରେ ଜୀବନ ପ୍ରତି କୌଣସି ବିପଦର ସମ୍ଭାବନା ନଥାଏ । ଏଥିରେ ଏକ ଛୋଟ ପାଣି ବୋତଲ ଓ କିଛି ଜରୁରୀକାଳିନ ଔଷଧ ରଖାଯାଇଥିବା ହେତୁ ବୃଦ୍ଧାଟି ଘରଠାରୁ ଦୂରକୁ ଚାଲିଯାଇଥିବା ଅବସ୍ଥାରେ ମଧ୍ୟ ଠିକ୍ ସମୟରେ ଔଷଧ ସେବନ କରିପାରେ । ଏଥିରେ ବ୍ୟବହୃତ ହୋଇଥିବା ଅଲ୍ଟ୍ରାସୋନିକ୍ ସେନ୍ସର୍ ଟି ଅଲ୍ଟ୍ରାସୋନିକ୍ ତରଙ୍ଗକୁ ପଠାଇ ଥାଏ । ନିକଟରେ ଥିବା କୌଣସି ବସ୍ତୁ ରେ ଏହି ତରଙ୍ଗ ପ୍ରତିଫଳିତ ହୋଇ ପୂନର୍ବାର ସେନ୍ସର୍ କୁ ପ୍ରତ୍ୟାବର୍ତ୍ତନ କଲେ ବଜର୍ ଧ୍ୱନୀ ସୃଷ୍ଟି କରେ । ଏହି ବ୍ୟବସ୍ଥା ଏକ ଦୃଷ୍ଟିହୀନ ବ୍ୟକ୍ତି କୁ ରାସ୍ତା ଚାଲିବାରେ ସାହାଯ୍ୟ କରିପାରିବ । ଚାଲୁଥିବା ସମୟରେ ଖସିପଡିଲେ, ଏଥିରେ ଥିବା ଭାଇବ୍ରେସନ୍ ସେନ୍ସର୍ ଥରି ଉଠିଥାଏ । ଫଳସ୍ୱରୂପ ଜି.ଏସ୍.ଏମ୍.  ମଡ୍ୟୁଲ୍ ସକ୍ରିୟ ହୋଇଉଠେ ଏବଂ ବୁଢୀମା ଖସିପଡିଛନ୍ତି ବୋଲି ଘରଲୋକଙ୍କ ମୋବାଇଲ୍ ଫୋନ୍ କୁ ଏକ ମେସେଜ୍ ପହଞ୍ଚିଯାଏ ।

ବୈଦ୍ୟୁତିକ ଝଟକା ସର୍କିଟ୍ ଡାଇଗ୍ରାମ

ଟର୍ଚ ସର୍କିଟ୍ ଡାଇଗ୍ରାମ

ଭାଇବ୍ରେସନ୍ ସେନ୍ସର୍ ସର୍କିଟ୍ ଡାଇଗ୍ରାମ

ଅଲ୍ଟ୍ରାସୋନିକ୍ ସେନ୍ସର୍ ସର୍କିଟ୍ ଡାଇଗ୍ରାମ

ଜି.ଏସ୍.ଏମ୍.  ମଡ୍ୟୁଲ୍ ଓ ମାଇକ୍ରୋକଣ୍ଟ୍ରୋଲର୍ ସର୍କିଟ୍ ଡାଇଗ୍ରାମ

ଉପକାରୀତା

ଏହା ଅସହାୟ ବୟସ୍କ ବୃଦ୍ଧ ଓ ବୃଦ୍ଧାମାନଙ୍କ ଚାଲିବା ନିମନ୍ତେ ଏକ ସହାୟକ ଠେଙ୍ଗା ପରି ।

ଏହା ଖୁବ୍ ସକ୍ତଓ ବ୍ୟକ୍ତିର ଓଜନକୁ ସମ୍ଭାଳି ପାରେ ।

ମାଇକ୍ରୋକଣ୍ଟ୍ରୋଲର୍ କୋଡ୍

// Program to send a text message.
int timesTosend=1;
int count=0;
char phone_no[]=”XXXXXXXXXX”; // Write your ten digit mobile phone number.
void setup() {
// put your setup code here, to run once:
Serial.begin(9600);
delay(1000);
Serial.println(“AT+CMGF=1”);
delay(200);
}
void loop()
{
// put your main code here, to run repeatedly:
while(count<timesTosend)
{
delay(1500);
Serial.print(“AT+CMGS=\””);
Serial.print(phone_no);
Serial.println(“\””);
delay(1000);
Serial.print(“Grandmother has fallendown.”);//This text message will be sent.
Serial.write(0x1A);
count++;
}
}

ଯୋଗାଯୋଗ :-

ଇଂ.  ଅନିଲ କୁମାର ପୃଷ୍ଟି

+ ୯୧ ୯୮୬୧୦୦୪୮୯୫

One Reply to “ବୃଦ୍ଧାମାନଙ୍କ ପାଇଁ ଚାଲିବା ଠେଙ୍ଗା

Leave a Reply

Your email address will not be published. Required fields are marked *

Related Posts

କୁଲ୍ ଗାଜେଟ୍ସ ଫର୍ ହୋମ୍

ସ୍ପାଇଡର୍ ନେଟ୍ କ୍ଲିନର୍ ଫ୍ୟାନ୍ ବ୍ଲେଡ୍ ଡଷ୍ଟ କ୍ଲିନର୍ https://youtube.com/shorts/JdTnn6H_7SU?si=IGHhtqlmpWWNxtQM https://youtube.com/shorts/Fs2_6w8LlZc?si=j2wO3FXjhMPgsykX Contact:Er.…