0 Comments

ଉପକ୍ରମ:

ଏହି ପ୍ରକଳ୍ପରେ ଜଳ ଓ ବିଦ୍ୟୁତ ସରଂକ୍ଷଣପାଇଁ ଆମେ ଚେଷ୍ଟା କରିଅଛୁ । ଆଧୁନିକ ବୈଷୟିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ସାହାଯ୍ୟ ନେଇ, ଏହି ପ୍ରକଳ୍ପରେ ଛାତ ଉପରର ବର୍ଷା ଜଳ କୁ କିପରି ଦୈନଦିନ କାର୍ଯ୍ୟରେ ବ୍ୟବହାର କରାଯାଇ ପାରିବ ଓ ଅନାବଶ୍ୟକ ବିଜୁଳିଶକ୍ତି ଅପଚୟ କୁ ରୋକାଯାଇ ପାରିବ, ସେଥିପ୍ରତି ଧ୍ୟାନ ଦିଆଯାଇଅଛି ।

ବ୍ଲକ ଡାଇଗ୍ରାମ

ଆବଶ୍ୟକୀୟ ଉପକରଣ 

ବିଦ୍ୟୁତ କୋଷ

ଟ୍ରାନ୍ସଫର୍ମର

କାପାସିଟର

ପ୍ରତିରୋଧ

ଟ୍ରାଞିଷ୍ଟର

ଏଲ.ଇ.ଡି.

ଡାଇଓଡ

ରିଲେ

ସୁଇଚ୍

ନଟ୍ ଓ ବୋଲ୍ଟ

ପରିବାହୀ ତାର

ନୋଡ୍ ଏମ୍ ସି ୟୁ

ପାଣିପମ୍ପ

ଉପକରଣ ବିବରଣୀ

ବିଦ୍ୟୁତ କୋଷ – ଏହା ବିଦ୍ୟୁତ ଶକ୍ତିକୁ ଗଛିତ କରି ରଖିଥାଏ ।

ପ୍ରତିରୋଧ – ଏହା ବିଦ୍ୟୁତ ସ୍ରୋତ ର ପ୍ରବାହ କୁ ଅବରୋଧ କରିଥାଏ ।

ଡାଇଓଡ୍ – ଏହା ବିଦ୍ୟୁତ ସ୍ରୋତକୁ କେବଳ ଗୋଟିଏ ଦିଗରେ ପ୍ରବାହିତ କରିଥାଏ । ବିପରୀତ ଦିଗରେ ଏହା ବିଦ୍ୟୁତ ସ୍ରୋତକୁ ପ୍ରବାହିତ ହେବାପାଇଁ ଅନୁମତି ଦେଇନଥାଏ । ଏହା ମଧ୍ୟରେ ପି-ପ୍ରକାର ଓ ଏନ୍-ପ୍ରକାର ଅର୍ଦ୍ଧପରିବାହୀ ମହଜୁଦ ଥାଏ ।

ସୁଇଚ୍ – ଏହା କୁ ହାତରେ ଦବାଇ ବିଦ୍ୟୁତ ପରିପଥ କୁ ସଂଯୋଗ ଓ ବିଛିନ୍ନ କରାଯାଇଥାଏ ।

ରିଲେ– ଏହା ଏକ ସ୍ୱୟଂଚାଳିତ ସୁଇଚ୍ । ବିଦ୍ୟୁତ ପରିପଥ କୁ ସଂଯୋଗ ଓ ବିଛିନ୍ନ କରିବା ଏହାର କାର୍ଯ୍ୟ । ରିଲେ ମଧ୍ୟରେ ଏକ ବିଦ୍ୟୁତ ଚୁମ୍ବକ ନିହିତ ଥାଏ । ରିଲେକୁ ବିଦ୍ୟୁତ ଚୁମ୍ବକିୟ ସୁଇଚ୍ ମଧ୍ୟ କୁହାଯାଏ ।

କାପାସିଟର‌ – ଏହା ବୈଦ୍ୟୁତିକ ଚାର୍ଜକୁ ଗଛିତ କରି ରଖିପାରେ ।

ଏଲ୍.ଇ.ଡି. – ଏହା ବିଦ୍ୟୁତ ଶକ୍ତିକୁ ଆଲୋକ ଶକ୍ତିରେ ରୂପାନ୍ତରିତ କରିଥାଏ । ଏହା ଏକ ଟ୍ରାନ୍ସଡ୍ୟୁସର୍ ।

ଟ୍ରାନ୍ସଫର୍ମର– ଏହା ଭୋଲ୍ଟେଜ କୁ କମାଇପାରେ । ଏଠାରେ ବ୍ୟବହାର ହୋଇଥିବା ଟ୍ରାନ୍ସଫର୍ମର ଟି ଏକ ଅପଚାୟୀ ଟ୍ରାନ୍ସଫର୍ମର ।

ଟ୍ରାଞିଷ୍ଟର– ଏହା ବୈଦ୍ୟୁତିକ ସିଗ୍ନାଲ୍ କୁ ଆମ୍ପ୍ଲିଫାଏ କରିପାରେ । ଏହା ସୁଇଚ୍ ପରି ମଧ୍ୟ କାର୍ଯ୍ୟ କରିଥାଏ ।

ନୋଡ୍ ଏମ୍ ସି ୟୁ – ଏଥିରେ ଏକ ମାଇକ୍ରୋକଣ୍ଟ୍ରୋଲର୍ ଏବଂ ଇଂଟରନେଟ୍ ୱାଇଫାଇ ମହଜୁଦ ଥାଏ । ମାଇକ୍ରୋକଣ୍ଟ୍ରୋଲର୍ ଏକ କ୍ଷୁଦ୍ର କମ୍ପ୍ୟୁଟର୍ । ପ୍ରୋଗ୍ରାମ ମାଧ୍ୟମରେ କମାଣ୍ଡ ଦିଆଯାଇ ଇଂଟରନେଟ୍ ର ଉପସ୍ଥିତିରେ ଏଥିରେ ଅନେକ କାମ କରାଯାଇପାରେ ।

ପାଣିପମ୍ପ – ଏହା ଭିତରେ ଏକ ବୈଦ୍ୟୁତିକ ମୋଟର ଏବଂ ଇମ୍ପେଲର୍ ନିହିତ ଥାଏ । ବୈଦ୍ୟୁତିକ ମୋଟର ବିଦ୍ୟୁତ ଶକ୍ତି କୁ ଯାନ୍ତ୍ରୀକ ଶକ୍ତି ରେ ରୂପାନ୍ତରିତ କରିଥାଏ । ଡି.ସି. ମୋଟର ର ଦୁଇ ପ୍ରାନ୍ତରେ ବିଦ୍ୟୁତ ସଂଯୋଗ କୁ ବଦଳାଇ ଦେଲେ, ମୋଟର ବିପରୀତ ଦିଗରେ ଘୂରିଥାଏ।

କାର୍ଯ୍ୟପ୍ରଣାଳୀ

ବର୍ଷା ଜଳ ଭଳି ପ୍ରାକୃତିକ ସମ୍ପଦ ଘରର ଛାତ ଉପରୁ ଅନାୟାସରେ ବହିଯାଇ ରାସ୍ତା ଓ ଡ୍ରେନ୍ ରେ ପ୍ରବାହିତହୋଇ ଦୂଷିତ ହେବା ସହ ନଷ୍ଟ ହୋଇ ଯାଇଥାଏ । ଏହି ପ୍ରକଳ୍ପରେ ଛାତ ଉପରର ବର୍ଷା ଜଳ କୁ ନଳୀ ମଧ୍ୟଦେଇ ଭୂତଳ ଜଳ ରୂପରେ ଏକ ଟାଂକି ମଧ୍ୟରେ ଗଛିତ କରି ରଖାଯାଇଥାଏ । ବୈଦ୍ୟୁତିକ ପାଣିପମ୍ପ ଜରିଆରେ  ଏହାକୁ ଉପରକୁ ଆଣି, ଶୌଚାଳୟ କୁ ପରିଷ୍କାର କରିବା କାର୍ଯ୍ୟରେ ବ୍ୟବହାର କରାଯାଇଥାଏ । ଏହି ବୈଦ୍ୟୁତିକ ପାଣିପମ୍ପ ର ସୁଇଚ୍ କୁ ଶୌଚାଳୟର ଭିତର କାନ୍ଥରେ ସ୍ଥାପିତ କରାଯାଇଥାଏ । ଫଳରେ ପରିଷ୍କାର ଜଳ ଅପଚୟ ହୋଇନଥାଏ । ଅସାବଧାନତା ବଶତଃ ବିଦ୍ୟୁତ ଉପକରଣ ଗୁଡିକୁ ବନ୍ଦ ନକରି  ଘରଠାରୁ ବାହାରକୁ ଚାଲିଯାଇଥିଲେ , ଇଂଟରନେଟ୍ ଯୋଗେ ଆଣ୍ଡ୍ରଏଡ ଫୋନ ମାଧ୍ୟମରେ ବିଦ୍ୟୁତ ଉପକରଣ ଗୁଡିକୁ ବାହାରେ ଥାଇ ମଧ୍ୟ ବନ୍ଦ କରାଯାଇ ପାରେ । ଫଳରେ ଅନାବଶ୍ୟକ ବିଜୁଳିଶକ୍ତି ଅପଚୟ କୁ ରୋକାଯାଇଥାଏ ।

ଆମ ଘରକୁ ଆସୁଥିବା ୨୩୦ ଭୋଲ୍ଟର ପ୍ରତ୍ୟାବର୍ତ୍ତୀ ବିଦ୍ୟୁତକୁ ଏକ ଅପଚାୟୀ ଟ୍ରାନ୍ସଫର୍ମର ଯୋଗେ ୧୨ ଭୋଲ୍ଟ କୁ କମାଇଦିଆଯାଏ । ଏହା ପରେ ଏହି ୧୨ ଭୋଲ୍ଟର ପ୍ରତ୍ୟାବର୍ତ୍ତୀ ବିଦ୍ୟୁତକୁ ରେକ୍ଟିଫାୟାର ସର୍କିଟ୍ ଜରିଆରେ ୧୨ ଭୋଲ୍ଟ ବିଶିଷ୍ଟ ସଳଖ ବିଦ୍ୟୁତ ରେ ପରିଣତକରାଯାଏ । ଏକ ଭୋଲ୍ଟେଜ ରେଗୁଲେଟର ଦ୍ୱାରା ୫ ଭୋଲ୍ଟ ବିଶିଷ୍ଟ ସଳଖ ବିଦ୍ୟୁତ ପ୍ରସ୍ତୁତକରି ନୋଡ୍ ଏମ୍ ସି ୟୁ କୁ ଯୋଗାଇଦିଆଯାଏ । ନୋଡ୍ ଏମ୍ ସି ୟୁ ରିଲେ ଡ୍ରାଇଭର୍ ସର୍କିଟ୍ କୁ ସଂଚାଳନକରେ । ରିଲେ ଡ୍ରାଇଭର୍ ସର୍କିଟ୍ ଘରେ ଥିବା ବିଦ୍ୟୁତ ଉପକରଣ ଗୁଡିକୁ ପରିଚାଳନାକରେ । ଅଡ୍ରିନୋ ଆଇଓଟି କ୍ଲାଉଡ ମାଧ୍ୟମରେ ନୋଡ୍ ଏମ୍ ସି ୟୁ ଏବଂ ଆଣ୍ଡ୍ରଏଡ୍ ଫୋନ୍ ଭିତରେ ସମ୍ପର୍କ ସ୍ଥାପିତ ହୋଇଥାଏ ।

ରେକ୍ଟିଫାୟାର ଓ ଭୋଲ୍ଟେଜ ରେଗୁଲେଟର ସର୍କିଟ୍

ରିଲେ ଡ୍ରାଇଭର୍ ସର୍କିଟ୍

ନୋଡ୍ ଏମ୍ ସି ୟୁ ଓ ରିଲେ ଡ୍ରାଇଭର୍ ସର୍କିଟ୍

ଉପକାରୀତା

୧-ଏହା ବର୍ଷା ଜଳ ଭଳି ପ୍ରାକୃତିକ ସମ୍ପଦକୁ ସରଂକ୍ଷଣ ଓ ଉପଯୋଗ କରିବାରେ ସକ୍ଷମ ତେଣୁ ଏହି ପ୍ରଣାଳୀ ଜଳ ସରଂକ୍ଷଣରେ ସାହାଯ୍ୟକରିଥାଏ ।

୨-ଏହା ଅନାବଶ୍ୟକ ଭାବରେ ହେଉଥିବା ବିଜୁଳିଶକ୍ତି ଅପଚୟ କୁ ରୋକିଥାଏ । ତେଣୁ ଏହି ପ୍ରଣାଳୀ ବିଦ୍ୟୁତ୍ ଶକ୍ତି ସରଂକ୍ଷଣରେ ସାହାଯ୍ୟକରିଥାଏ ।

ଯୋଗାଯୋଗ :-

ଇଂ.  ଅନିଲ କୁମାର ପୃଷ୍ଟି

+ ୯୧ ୯୮୬୧୦୦୪୮୯୫

Leave a Reply

Your email address will not be published. Required fields are marked *

Related Posts