0 Comments

ଉପକ୍ରମ:

ଆମ କାର୍ଯ୍ୟକ୍ଷେତ୍ରର ଚତୁଃପାର୍ଶ୍ୱ କୁ ନିର୍ମଳ ରଖିବା ପାଇଁ ଆମେ ଡଷ୍ଟବିନ ର ବ୍ୟବହାର କରିଥାଉ । ଅଳିଆ ଆବର୍ଜନା ପବନରେ ବାହାରକୁ ଉଡିନଯିବା ପାଇଁ ଏବଂ ବାୟୁମଣ୍ଡଳରେ ଦୁର୍ଗନ୍ଧ ନବ୍ୟାପିବା ପାଇଁ  ଡଷ୍ଟବିନ ରେ ଏକ ଢାଂକୁଣୀ ରହିବା ଆବଶ୍ୟକ । ସାଧାରଣତଃ ଜନଗହଳିପୂର୍ଣ ସ୍ଥାନ ଗୁଡିକରେ ଯଥା ରେଳଷ୍ଟେସନ , ଡାକ୍ତରଖାନା, ସରକାରୀ ଏବଂ ବେସରକାରୀ କାର୍ଯ୍ୟାନୁଷ୍ଠାନ ଗୁଡିକରେ ଡଷ୍ଟବିନର ଘୋଡଣୀଟି ଅପରିଷ୍କାର ଅବସ୍ଥାରେ ମିଳେ । ପାନଛେପ, ଅପରିଷ୍କାର ଖାଦ୍ୟରେ ମାଛିମାନେ  ଘୋଡଣୀଟିକୁ ଘେରି ରହିଥାନ୍ତି । ନିଜର ଆଳସ୍ୟ ଓ ଦାୟିତ୍ୱହୀନତା ହେତୁ ସାଧାରଣ ଲୋକଟିଏ ନିଜହାତରେ ଢାଂକୁଣୀଟିକୁ ଖୋଲିବାକୁ ଇଛାପ୍ରକାଶ କରିନଥାଏ । ଉକ୍ତ ପ୍ରକଳ୍ପରେ ଆଧୁନିକ ବୈଷୟିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ସାହାଯ୍ୟ ନେଇ  ଏହି ସମସ୍ୟାର ସମାଧାନ କରାଯାଇଛି । ଏହି କାର୍ଯ୍ୟପାଇଁ ଆବଶ୍ୟକ ହେଉଥିବା ବିଦ୍ୟୁତ ଶକ୍ତି ସୌରଫଳକ ଜରିଆରେ ସୂର୍ଯ୍ୟ ଠାରୁ ମିଳି ଥାଏ ।

ବ୍ଲକ ଡାଇଗ୍ରାମ

ଆବଶ୍ୟକୀୟ ଉପକରଣ 

ବିଦ୍ୟୁତ କୋଷ

ଟ୍ରାନ୍ସଫର୍ମର

ସୌରଫଳକ

କାପାସିଟର

ପ୍ରତିରୋଧ

ଟ୍ରାଞିଷ୍ଟର

ଏଲ.ଇ.ଡି.

ମୋଟର

ଟାଇମର ସର୍କିଟ

ସୁଇଚ

ଡାଇଓଡ

ପୁଲି

ସୁତା

ଘୋଡଣୀ

ଡଷ୍ଟବିନ

ରିଲେ

କାର୍ଯ୍ୟପ୍ରଣାଳୀ

ହାତରେ ଅଳିଆ ଧରି ଡଷ୍ଟବିନ ପାଖକୁ ଗଲେ ଘୋଡଣୀଟି ଆପେଆପେ ଖୋଲିଯାଇଥାଏ । ଅଳିଆ ପକାଇସାରିବା ପରେ ହାତଟିକୁ ତଳକୁ ଆଣିଲେ ଘୋଡଣୀଟି ଆପେଆପେ ବନ୍ଦ ହୋଇଯାଇଥାଏ । ଉପରେ ଥିବା ଲେଜର ରଶ୍ମିଟି ହାତ ଦ୍ୱାରା ବିଛିନ୍ନ ହେଲେ ଏହା ସେଂସର ଉପରେ ଆପତିତ ହୋଇନଥାଏ ଫଳରେ ଏଚ୍-ବ୍ରିଜ ମାଧ୍ୟମରେ ମୋଟରରେ ଲାଗିଥିବା ପୁଲି ଘଣ୍ଟାକଣ୍ଟା ଘୁରିବାର ଦିଗରେ ଘୁରିବା ଦ୍ୱାରା ସୁତାଟି ଟାଣିହୋଇ ଢାଂକୁଣୀଟି କୁ ଖୋଲିଥାଏ ।

ତଳେ ଥିବା ଲେଜର ରଶ୍ମିଟି ହାତ ଦ୍ୱାରା ବିଛିନ୍ନ ହେଲେ ଏହା ସେଂସର ଉପରେ ଆପତିତ ହୋଇନଥାଏ ଫଳରେ ଏଚ୍-ବ୍ରିଜ ମାଧ୍ୟମରେ ମୋଟରରେ ଲାଗିଥିବା ପୁଲି ଘଣ୍ଟାକଣ୍ଟା ଘୁରିବାର ବିପରୀତ ଦିଗରେ ଘୁରିବା ଦ୍ୱାରା ସୁତାଟି ଢିଲାହୋଇ ଢାଂକୁଣୀଟି କୁ ଧିରେଧିରେ ତଳକୁ ଖସାଇଥାଏ ।

ଉପକାରୀତା

ଏହା ଏକ ପରିଷ୍କାର ପରିଛନ୍ନ   କାର୍ଯ୍ୟକ୍ଷେତ୍ର ଦେଉଥିବାରୁ ବାୟୁ ସଂକ୍ରମଣ ଜନିତ ରୋଗ ବ୍ୟାପିନଥାଏ  ।

ଏହା ଏକ ସ୍ୱୟଂଚାଳିତ ବ୍ୟବସ୍ଥା ।

ଏଥିରେ ବ୍ୟବହୃତ ହେଉଥିବା ଶକ୍ତି ସୂର୍ଯ୍ୟ ଠାରୁ ବିନା ମୂଲ୍ୟରେ ମିଳି ଥାଏ ।

ଯୋଗାଯୋଗ :-

ଇଂ.  ଅନିଲ କୁମାର ପୃଷ୍ଟି

+ ୯୧ ୯୮୬୧୦୦୪୮୯୫

Leave a Reply

Your email address will not be published. Required fields are marked *

Related Posts