0 Comments

ପ୍ରତିରୋଧ – ଏହା ବିଦ୍ୟୁତ ସ୍ରୋତ ର ପ୍ରବାହ କୁ ଅବରୋଧ କରିଥାଏ ।

ପରିବର୍ତ୍ତିତ ପ୍ରତିରୋଧ – ଏଥିରେ ପ୍ରତିରୋଧକୁ ଆବଶ୍ୟକ ମୂତାବକ ବୃଦ୍ଧି ଓ ହ୍ରାସ କରିବାର ପ୍ରବନ୍ଧ ଥାଏ ।

ଡାଇଓଡ୍ – ଏହା ବିଦ୍ୟୁତ ସ୍ରୋତକୁ କେବଳ ଗୋଟିଏ ଦିଗରେ ପ୍ରବାହିତ କରିଥାଏ । ବିପରୀତ ଦିଗରେ ଏହା ବିଦ୍ୟୁତ ସ୍ରୋତକୁ ପ୍ରବାହିତ ହେବାପାଇଁ ଅନୁମତି ଦେଇନଥାଏ । ଏହା ମଧ୍ୟରେ ପି-ପ୍ରକାର ଓ ଏନ୍-ପ୍ରକାର ଅର୍ଦ୍ଧପରିବାହୀ ମହଜୁଦ ଥାଏ ।

ସୁଇଚ୍ – ଏହା କୁ ହାତରେ ଦବାଇ ବିଦ୍ୟୁତ ପରିପଥ କୁ ସଂଯୋଗ ଓ ବିଛିନ୍ନ କରାଯାଇଥାଏ ।

ରିଲେ– ଏହା ଏକ ସ୍ୱୟଂଚାଳିତ ସୁଇଚ୍ । ବିଦ୍ୟୁତ ପରିପଥ କୁ ସଂଯୋଗ ଓ ବିଛିନ୍ନ କରିବା ଏହାର କାର୍ଯ୍ୟ । ରିଲେ ମଧ୍ୟରେ ଏକ ବିଦ୍ୟୁତ ଚୁମ୍ବକ ନିହିତ ଥାଏ । ରିଲେକୁ ବିଦ୍ୟୁତ ଚୁମ୍ବକିୟ ସୁଇଚ୍ ମଧ୍ୟ କୁହାଯାଏ ।

କାପାସିଟର‌ – ଏହା ବୈଦ୍ୟୁତିକ ଚାର୍ଜକୁ ଗଛିତ କରି ରଖିପାରେ ।

ବୈଦ୍ୟୁତିକ ମୋଟର – ଏହା ବିଦ୍ୟୁତ ଶକ୍ତି କୁ ଯାନ୍ତ୍ରୀକ ଶକ୍ତି ରେ ରୂପାନ୍ତରିତ କରିଥାଏ । ଡି.ସି. ମୋଟର ର ଦୁଇ ପ୍ରାନ୍ତରେ ବିଦ୍ୟୁତ ସଂଯୋଗ କୁ ବଦଳାଇ ଦେଲେ, ମୋଟର ବିପରୀତ ଦିଗରେ ଘୂରିଥାଏ।

ପିଜୋଇଲେକ୍ଟ୍ରିକ୍ – କମ୍ପନ ରୁ ଧ୍ୱନୀ ଜାତ ହୁଏ । ପିଜୋଇଲେକ୍ଟ୍ରିକ୍  କୁ ବିଦ୍ୟୁତ ବିଭବ ପାର୍ଥକ୍ୟ ଯୋଗାଇ ଦେଲେ ଏଥିରୁ ଧ୍ୱନୀ ଜାତ ହୁଏ । କ୍ୱାର୍ଜ ଓ ଫେଲ୍ଡସ୍ପର ଇତ୍ୟାଦି ପିଜୋଇଲେକ୍ଟ୍ରିକ୍ ପଦାର୍ଥ ର କେତେକ ଉଦାହରଣ ।

ଏଲ୍.ଇ.ଡି. – ଏହା ବିଦ୍ୟୁତ ଶକ୍ତିକୁ ଆଲୋକ ଶକ୍ତିରେ ରୂପାନ୍ତରିତ କରିଥାଏ । ଏହା ଏକ ଟ୍ରାନ୍ସଡ୍ୟୁସର୍ ।

ଯୋଗାଯୋଗ :-

ଇଂ.  ଅନିଲ କୁମାର ପୃଷ୍ଟି

+ ୯୧ ୯୮୬୧୦୦୪୮୯୫

One Reply to “ବିଦ୍ୟୁତ ପରିପଥର ଆବଶ୍ୟକୀୟ ଉପାଦାନ

Leave a Reply

Your email address will not be published. Required fields are marked *

Related Posts