0 Comments

ଉପକ୍ରମ:

ଆଧୁନିକ ବୈଷୟିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ସାହାଯ୍ୟ ନେଇ ଏଠାରେ ଆମେ ଏକ ବିଦ୍ୟୁତ ଶକ୍ତି ସଂପନ୍ନ ରାଜପଥ ନିର୍ମାଣ କରୁଅଛୁ । ରିଜୋନାଂଟ ପାୱାର ସଂଚରଣ ଏକ ସ୍ୱତଂତ୍ର ବ୍ୟବସ୍ଥା ଏବଂ ବହୁଳ ଭାବରେ ବ୍ୟବହୃତ ହେଉଥିବା ପ୍ରେରିତ ପାୱାର ସଂଚରଣ ପ୍ରକ୍ରିୟା । ଏହା ଖୁବ୍ ସରଳ ହେଲେ ମଧ୍ୟ ପ୍ରଭାବଶାଳୀ । ଏହା ଦ୍ୱାରା କାର୍ ଟି ରାସ୍ତାରେ ଚାଲୁଥିବା ବେଳେ ମଧ୍ୟ କାର୍ ର ବ୍ୟାଟେରୀ ଟି ଚାର୍ଜ ହୋଇ ପାରିଥାଏ ।

ଆବଶ୍ୟକୀୟ ଉପକରଣ :

ବିଦ୍ୟୁତ କୋଷ

ଟ୍ରାନ୍ସଫର୍ମର

ସୌରଫଳକ

କାପାସିଟର

ପ୍ରତିରୋଧ

ଟ୍ରାଞିଷ୍ଟର

ତାରକୁଣ୍ଡଳୀ

ଏଲ.ଇ.ଡି.

ସୁଇଚ

କାର୍ଯ୍ୟପ୍ରଣାଳୀ :

ଏହି ପ୍ରକଳ୍ପରେ ବ୍ୟବହୃତ ହୋଇଥିବା ଟ୍ରାନଜିଷ୍ଟର ଟି ବଡ ଗୋଲାକାର ତାର କୁଣ୍ଡଳୀଟି କୁ ବ୍ୟାଟେରୀ ସହିତ ଏକ ହଜାରରୁ ଉର୍ଧ୍ୱହାରରେ ସଂଯୋଗ ଏବଂ ବିଛିନ୍ନ କରିଥାଏ । ଏହାଫଳରେ ତାରକୁଣ୍ଡଳୀ ଟି ସମାନ ହାରରେ ଚୂମ୍ବକତ୍ୱ ପ୍ରାପ୍ତ ହୋଇଥାଏ ଓ ଚୂମ୍ବକତ୍ୱ ହରାଇଥାଏ । ଏହି ପ୍ରକ୍ରିୟା ଫଳରେ କୁଣ୍ଡଳୀର ପରିସର ଭିତରେଥିବା ଅନ୍ୟ କୁଣ୍ଡଳୀରେ ବିଦ୍ୟୁତସ୍ରୋତ ପ୍ରେରଣ ହୋଇଥାଏ । ଏହି ପ୍ରେରିତ ବିଦ୍ୟୁତସ୍ରୋତ କାର୍ ର ବ୍ୟାଟେରୀକୁ ଚାର୍ଜ କରିବାରେ ସକ୍ଷମ ହୋଇଥାଏ । ଏହି ପ୍ରକଳ୍ପ ର କାର୍ଯ୍ୟପ୍ରଣାଳୀ ଏକ ବୈଦ୍ୟୁତିକ ଟ୍ରାନ୍ସଫର୍ମର ର କାର୍ଯ୍ୟପ୍ରଣାଳୀ ସହିତ ପ୍ରାୟ ସମାନ । ଏହି କାର୍ଯ୍ୟପାଇଂ ଆବଶ୍ୟକ ହେଉଥିବା ବିଦ୍ୟୁତ ଶକ୍ତି ସୌରଫଳକ ଜରିଆରେ ସୂର୍ଯ୍ୟ ଠାରୁ ମିଳି ଥାଏ ।

ରିଜୋନାଂଟ ଇଣ୍ଡକ୍ଟିଭ କପଲିଂ ବା ବିଦ୍ୟୁତ ଚୂମ୍ବକୀୟ ପ୍ରେରଣ ହେଉଛି ଚୂମ୍ବକୀୟ ଭାବରେ ସଂଶ୍ଳିଷ୍ଟ ଥିବା ଦୁଇଟି ପାଖାପାଖି ବୈଦ୍ୟୁତିକ ତାର କୁଣ୍ଡଳୀ ମଧ୍ୟରେ ବିନା ତାରରେ (ବେତାର) ବିଦ୍ୟୁତ ଶକ୍ତି ସଂଚରଣ ହେବା । ଦୁଇଟି କୁଣ୍ଡଳୀ ମଧ୍ୟରେ ବାରମ୍ବାରତା ସମାନ ରହିଥାଏ ।

ଏକ ନିର୍ଦ୍ଧିଷ୍ଟ ବାରମ୍ବାରତା କିମ୍ବା ସିଗନାଲ କୁ ସର୍ବାଧିକ ପ୍ରତିକ୍ରିୟା ଦେଖାଇବା ପାଇଁ ସର୍କିଟ ରେ ବା ରିସିଭରରେ ଯେଉଁ ଆବଶ୍ୟକୀୟ ସମଯୋଜନ କରାଯାଇଥାଏ ତାହାକୁ ଟ୍ୟୁନିଂ କୁହାଯାଏ ।

ରିଜୋନାନ୍ସ ହେଉଛି ଏକ ଅବସ୍ଥା, ଯେଉଁଥିରେ ଏକ ପ୍ରଣାଳୀରେ ସର୍ବାଧିକ ବିଦ୍ୟୁତ ଚୂମ୍ବକୀୟ ବିକିରଣ ଶୋଷଣ କରିବାର ସମ୍ଭାବନା ଥାଏ ।

ଫାରାଡେଂକ ବିଦ୍ୟୁତ ଚୂମ୍ବକୀୟ ପ୍ରେରଣ ନିୟମ: – ଯେତେବେଳେ ଏକ ପରିବାହୀ ତାର ଚୂମ୍ବକୀୟ ବଳରେଖା ସମ୍ମୁହକୁ ଛେଦ କରିଥାଏ କିମ୍ବା ଯେତେବେଳେ ଏକ ପରିବାହୀ ତାର ଏକ ପରିବର୍ତ୍ତିତ ଚୂମ୍ବକୀୟ କ୍ଷେତ୍ର ସଂଷ୍ପର୍ଶରେ ଆସିଥାଏ ସେତେବେଳେ ଉକ୍ତ ପରିବାହୀରେ ଏକ ନୂତନ ବିଦ୍ୟୁତ ବିଭବ ପ୍ରେରଣ ହୋଇଥାଏ । ଉକ୍ତ ପ୍ରେରିତ ବିଦ୍ୟୁତ ବିଭବ ର ମୂଲ୍ୟ ବା ପରିମାଣ ଚୂମ୍ବକୀୟ ବଳରେଖା ସମ୍ମୁହର ପରିବର୍ତ୍ତନହାର ସହିତ ସମାନ ହୋଇଥାଏ ।

e = -N(dɸ/dt)

e – ବିଦ୍ୟୁତ ବିଭବ

N – କୁଣ୍ଡଳୀ ସଂଖ୍ୟା

ɸ – ମ୍ୟାଗ୍ନେଟିକ ଫ୍ଲକ୍ସ

dɸ/dt – ମ୍ୟାଗ୍ନେଟିକ ଫ୍ଲକ୍ସ ର ପରିବର୍ତ୍ତନ ହାର

ଟ୍ରାନ୍ସଫର୍ମର ଉପକରଣ ଟି ଫାରାଡେଂକ ବିଦ୍ୟୁତ ଚୂମ୍ବକୀୟ ପ୍ରେରଣ ନିୟମ ଅନୁସାରେ କାର୍ଯ୍ୟ କରିଥାଏ ।

ଉପକାରୀତା:

ଏହା ଦ୍ୱାରା କାର୍ ଟି ରାସ୍ତାରେ ଚାଲୁଥିବା ବେଳେ ମଧ୍ୟ  କାର୍ ର ବ୍ୟାଟେରୀ ଟି ଚାର୍ଜ ହୋଇ ପାରିଥାଏ ।

ଏହି ପ୍ରକ୍ରିୟା ସ୍ୱାସ୍ଥ୍ୟପ୍ରତି ଓ ଜୀବଜଗତ ପ୍ରତି ହାନୀକାରକ ନୁହେଁ  ।

ଏହା ଦ୍ୱାରା ଯାତ୍ରା ଅବଧି ହ୍ରାସ ପାଇଥାଏ, କାରଣ କାର୍ ବ୍ୟାଟେରୀ କୁ ଚାର୍ଜ କରିବାର ସମୟ କମିଯାଇ ଥାଏ ।

ଏହା ପ୍ରଦୂଷଣ ମୁକ୍ତ ବ୍ୟବସ୍ଥା ।

ଯୋଗାଯୋଗ :-

ଇଂ.  ଅନିଲ କୁମାର ପୃଷ୍ଟି

+ ୯୧ ୯୮୬୧୦୦୪୮୯୫

One Reply to “ଇଲେକ୍ଟ୍ରିଫାଏଡ ହାଇ ୱେ

  1. ଏହି ଜ୍ଞନକୋୖଶଳ ରାଜ ପଥ ରେ ଗତିଶୀଳ ଓ ସ୍ଥିର ଥିବା ବୈଦ୍ୟୁତିକ କାର୍ କୁ ଚାର୍ଜ କରିବା ରେ ସକ୍ଷମ ।

Leave a Reply

Your email address will not be published. Required fields are marked *

Related Posts