0 Comments

ଉପକ୍ରମ

ଉକ୍ତ ପ୍ରକଳ୍ପରେ ଶୌଚାଳୟର ବ୍ୟବହାର କରାଯାଇ ଜୈବ ଗ୍ୟାସ୍ ଉତ୍ପାଦନ ପ୍ରତି ଧ୍ୟାନ ଦିଆଯାଇଛି । ଆଧୁନିକ ବୈଷୟିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ସାହାଯ୍ୟ ନେଇ ରୋଷେଇ ଗୃହର ଚୂଲା ପର୍ଯ୍ୟନ୍ତ ଜୈବ ଗ୍ୟାସ୍ କୁ ପହଁଚାଇବା, ପରିବେଶକୁ ନିର୍ମଳ ରଖିବା ଏବଂ ସ୍ୱଛ ଭାରତ ନିର୍ମାଣରେ ସହାୟକ ହେବା ଏହି ପ୍ରକଳ୍ପର ଲକ୍ଷ୍ୟ । ଏହି ବ୍ୟବସ୍ଥା ମାଧ୍ୟମରେ ଶୌଚାଳୟ ବ୍ୟବହାରକୁ ପ୍ରୋତ୍ସାହନ ଦିଆଯିବା ସହିତ କୃଷି ପାଇଁ ଉପଯୁକ୍ତ ଜୈବ ସାର ମଧ୍ୟ ମିଳି ପାରିବ ।

ବ୍ଲକ ଡାଇଗ୍ରାମ

ଆବଶ୍ୟକୀୟ ଉପକରଣ 

୧-ବିଦ୍ୟୁତ କୋଷ

୨-ଟ୍ରାନ୍ସଫର୍ମର

୩-ମାଇକ୍ରୋକଣ୍ଟ୍ରୋଲର୍

୪-କାପାସିଟର

୫-ଏଲ୍.ଡି.ଆର୍.

୬-ଏଲ୍.ଇ.ଡି.

୭-ପ୍ରତିରୋଧ

୮-ପରିବର୍ତ୍ତିତ ପ୍ରତିରୋଧ

୯-ଲେଜର୍

୧୦-କ୍ରିଷ୍ଟାଲ୍ ଅସିଲେଟର୍

୧୧-ଭାଲ୍ଭ

୧୨-ଟ୍ରାଞିଷ୍ଟର

୧୩-ଏଲ.ଇ.ଡି.

୧୪-ମୋଟର

୧୫-ରିଲେ

୧୬-ସୁଇଚ

୧୭-ପାଇପ୍

୧୮-ଟାଂକି

୧୯-ପରିବାହୀ ତାର

୨୦-ସେଭେନ୍ ସେଗମେଣ୍ଟ ଡିସପ୍ଲେ

୨୧-ଆଇ.ସି.  ୫ ୫ ୫

ଉପକରଣ ବିବରଣୀ

ବିଦ୍ୟୁତ କୋଷ – ଏହା ବିଦ୍ୟୁତ ଶକ୍ତିକୁ ଗଛିତ କରି ରଖିଥାଏ ।

ପ୍ରତିରୋଧ – ଏହା ବିଦ୍ୟୁତ ସ୍ରୋତ ର ପ୍ରବାହ କୁ ଅବରୋଧ କରିଥାଏ ।

ପରିବର୍ତ୍ତିତ ପ୍ରତିରୋଧ – ଏଥିରେ ପ୍ରତିରୋଧକୁ ଆବଶ୍ୟକ ମୂତାବକ ବୃଦ୍ଧି ଓ ହ୍ରାସ କରିବାର ପ୍ରବନ୍ଧ ଥାଏ ।

ଡାଇଓଡ୍ – ଏହା ବିଦ୍ୟୁତ ସ୍ରୋତକୁ କେବଳ ଗୋଟିଏ ଦିଗରେ ପ୍ରବାହିତ କରିଥାଏ । ବିପରୀତ ଦିଗରେ ଏହା ବିଦ୍ୟୁତ ସ୍ରୋତକୁ ପ୍ରବାହିତ ହେବାପାଇଁ ଅନୁମତି ଦେଇନଥାଏ । ଏହା ମଧ୍ୟରେ ପି-ପ୍ରକାର ଓ ଏନ୍-ପ୍ରକାର ଅର୍ଦ୍ଧପରିବାହୀ ମହଜୁଦ ଥାଏ ।

ସୁଇଚ୍ – ଏହା କୁ ହାତରେ ଦବାଇ ବିଦ୍ୟୁତ ପରିପଥ କୁ ସଂଯୋଗ ଓ ବିଛିନ୍ନ କରାଯାଇଥାଏ ।

ରିଲେ- ଏହା ଏକ ସ୍ୱୟଂଚାଳିତ ସୁଇଚ୍ । ବିଦ୍ୟୁତ ପରିପଥ କୁ ସଂଯୋଗ ଓ ବିଛିନ୍ନ କରିବା ଏହାର କାର୍ଯ୍ୟ । ରିଲେ ମଧ୍ୟରେ ଏକ ବିଦ୍ୟୁତ ଚୁମ୍ବକ ନିହିତ ଥାଏ । ରିଲେକୁ ବିଦ୍ୟୁତ ଚୁମ୍ବକିୟ ସୁଇଚ୍ ମଧ୍ୟ କୁହାଯାଏ ।

କାପାସିଟର‌ – ଏହା ବୈଦ୍ୟୁତିକ ଚାର୍ଜକୁ ଗଛିତ କରି ରଖିପାରେ ।

ବୈଦ୍ୟୁତିକ ମୋଟର – ଏହା ବିଦ୍ୟୁତ ଶକ୍ତି କୁ ଯାନ୍ତ୍ରୀକ ଶକ୍ତି ରେ ରୂପାନ୍ତରିତ କରିଥାଏ । ଡି.ସି. ମୋଟର ର ଦୁଇ ପ୍ରାନ୍ତରେ ବିଦ୍ୟୁତ ସଂଯୋଗ କୁ ବଦଳାଇ ଦେଲେ, ମୋଟର ବିପରୀତ ଦିଗରେ ଘୂରିଥାଏ।

ଏଲ୍.ଇ.ଡି. – ଏହା ବିଦ୍ୟୁତ ଶକ୍ତିକୁ ଆଲୋକ ଶକ୍ତିରେ ରୂପାନ୍ତରିତ କରିଥାଏ । ଏହା ଏକ ଟ୍ରାନ୍ସଡ୍ୟୁସର୍ ।

ଟ୍ରାନ୍ସଫର୍ମର– ଏହା ଭୋଲ୍ଟେଜ କୁ କମାଇପାରେ । ଏଠାରେ ବ୍ୟବହାର ହୋଇଥିବା ଟ୍ରାନ୍ସଫର୍ମର ଟି ଏକ ଅପଚାୟୀ ଟ୍ରାନ୍ସଫର୍ମର ।

ଟ୍ରାଞିଷ୍ଟର- ଏହା ବୈଦ୍ୟୁତିକ ସିଗ୍ନାଲ୍ କୁ ଆମ୍ପ୍ଲିଫାଏ କରିପାରେ । ଏହା ସୁଇଚ୍ ପରି ମଧ୍ୟ କାର୍ଯ୍ୟ କରିଥାଏ ।

ଟାଇମର ସର୍କିଟ – ଏହା ଦ୍ୱାରା ଏକ ନିର୍ଦ୍ଧିଷ୍ଟ ସମୟ ସୀମା ନିର୍ଦ୍ଧାରଣ କରାଯାଇପାରେ ।

ଏଲ୍.ଡି.ଆର୍. – ଏହା ଏକ ଆଲୋକ ସେନ୍ସର । ଆଲୋକର ଉପସ୍ଥିତିରେ ଏହାର ପ୍ରତିରୋଧ ହ୍ରାସ ପାଇଥାଏ । ଆଲୋକର ଅନୁପସ୍ଥିତିରେ ଏହାର ପ୍ରତିରୋଧ ବୃଦ୍ଧି ପାଇଥାଏ ।

ଲେଜର୍ – ଏହା ଆଲୋକ ରଶ୍ମୀକୁ କେନ୍ଦ୍ରିଭୁତ କରି ଅନେକ ଦୂର ପର୍ଯ୍ୟନ୍ତ ପଠାଇ ପାରିଥାଏ ।

ମାଇକ୍ରୋକଣ୍ଟ୍ରୋଲର୍- ଏହା ଏକ କ୍ଷୁଦ୍ର କମ୍ପ୍ୟୁଟର୍ । ପ୍ରୋଗ୍ରାମ ମାଧ୍ୟମରେ କମାଣ୍ଡ ଦିଆଯାଇ ଏଥିରେ ଅନେକ କାମ କରାଯାଇପାରେ ।

ସେଭେନ୍ ସେଗମେଣ୍ଟ ଡିସପ୍ଲେ – ଏହା ଦ୍ୱାରା ଶୁନ୍ୟ ଠାରୁ ନଅ ପର୍ଯ୍ୟନ୍ତ ସଂଖ୍ୟା ଦେଖାଯାଇପାରେ ।

କାର୍ଯ୍ୟପ୍ରଣାଳୀ

ଶୌଚାଳୟର ବ୍ୟବହାର ଦ୍ୱାରା ଆବର୍ଜନା ଆସି ଟାଂକିରେ ଜମା ହୋଇଥାଏ । ଟାଂକିରେ ଗୃହପାଳିତ ପଶୁର ଗୋବରକୁ ମଧ୍ୟ ପକାଇବାର ବ୍ୟବସ୍ଥା ଥାଏ । ଅପଘଟକମାନେ ଏହି ଆବର୍ଜନାରୁ ଜୈବ ଗ୍ୟାସ୍ ଉତ୍ପାଦନ କରନ୍ତି । ନଳୀ ମାଧ୍ୟମରେ ଜୈବ ଗ୍ୟାସ୍ କୁ ରୋଷେଇ ଗୃହର ଚୂଲା ପର୍ଯ୍ୟନ୍ତ ସଂଯୋଗ କରାଯାଇଥାଏ । ଟାଂକି ମଧ୍ୟରେ ମଇଳା ପକାଇଲେ ପ୍ରତିବଦଳରେ ପଏଣ୍ଟ ପାଇବାର ବ୍ୟବସ୍ଥା ଥାଏ । ଶୌଚାଳୟ ଉପଯୋଗ କଲେ କିମ୍ବା ଟାଂକି ମଧ୍ୟରେ ଗୃହପାଳିତ ପଶୁର ଗୋବରକୁ ପକାଇଲେ ପ୍ରତିଥର ଏକ ପଏଣ୍ଟ ଲେଖାଏଁ ବୃଦ୍ଧି ପାଇଥାଏ । ନଳ ମଧ୍ୟଦେଇ ଯାଉଥିବା ମଇଳାକୁ ସେନ୍ସର୍ ଜାଣିପାରି ମାଇକ୍ରୋକଣ୍ଟ୍ରୋଲର୍ କୁ ଜଣାଇଥାଏ । ଫଳରେ ମାଇକ୍ରୋକଣ୍ଟ୍ରୋଲର୍ ସେଭେନ୍ ସେଗମେଣ୍ଟ ଡିସପ୍ଲେ ରେ ସଂଖ୍ୟାକୁ ବଢାଇ ଦେଇଥାଏ । ଏହି ସଂଖ୍ୟା ବୃଦ୍ଧିପାଇ ତିନି ପଏଣ୍ଟ ହେବାପରେ ଗ୍ୟାସ୍ ଭାଲ୍ଭ ଆପଣାଛାଏଁ ଖୋଲିଯାଇ ରୋଷେଇ ଗୃହକୁ ଗ୍ୟାସ୍ ଯୋଗାଇ ଥାଏ ।  ଯଦି କୌଣସି ବ୍ୟକ୍ତି ଶୌଚାଳୟର ବ୍ୟବହାର ନକରେ କିମ୍ବା ଗୃହପାଳିତ ପଶୁର ଗୋବରକୁ ଟାଂକି ମଧ୍ୟରେ ପକାଇନଥାଏ ତେବେ ତାକୁ ଜିରୋ ପଏଣ୍ଟ୍ ମିଳୁଥିବାରୁ ଗ୍ୟାସ୍ ସଂଯୋଗ ଦିଆଯାଇନଥାଏ ।

ଜୈବ ଗ୍ୟାସ୍                     

ଅମ୍ଳଜାନର ଅନୁପସ୍ଥିତିରେ ଗୃହପାଳିତ ପଶୁର ଗୋବର, ସବୁଜ ଆବର୍ଜନା ଆଦିକୁ ଅପଘଟକ ଦ୍ୱାରା ବିଘଟିତ କରାଇ ଜୈବ ଗ୍ୟାସ୍ ଉତ୍ପାଦନ କରାଯାଇଥାଏ । ଜୈବ ଗ୍ୟାସ୍ ରେ ସାଧାରଣତଃ ମିଥେନ୍, ଅଂଗାରକାମ୍ଳ , ହାଇଡ୍ରୋଜେନ ସଲ୍ଫାଇଡ୍ ଏବଂ କିଛି ପରିମାଣରେ ଜଳୀୟବାଷ୍ପ ରହିଥାଏ ।

ଜୈବ ଗ୍ୟାସ୍ ର ମୂଖ୍ୟ ଉପାଦାନ:-

ମିଥେନ୍                      ୫୫ – ୭୦ %

ଅଂଗାରକାମ୍ଳ                ୩୦ – ୪୫ %

ହାଇଡ୍ରୋଜେନ ସଲ୍ଫାଇଡ୍   ୨- ୮ %

ମିଥେନ୍, କାର୍ବନ ମନୋକ୍ସାଇଡ୍ ଏବଂ ଉଦଜାନ ଇତ୍ୟାଦି ଅମ୍ଳଜାନର ଉପସ୍ଥିତିରେ ଦହନ ହୋଇ ପାରନ୍ତି । ଏହି ଦହନ ପ୍ରକ୍ରିୟା ହେତୁ ପ୍ରଚୁର ତାପ ଶକ୍ତି ଉତ୍ପନ୍ନ ହେଉଥିବାରୁ ଜୈବଗ୍ୟାସ୍ କୁ ଏକ ଏକ ଜାଳେଣୀ ଇନ୍ଧନ ରୂପେ ବ୍ୟବହାର କରାଯାଇଥାଏ । ଏହାକୁ ସିଧାସଳଖ ଦହନ କରାଯାଇ ରୋଷେଇ କାର୍ଯ୍ୟ କରାଯାଇ ପାରିବ ।

ଉପକାରୀତା

୧-ଏହାଦ୍ୱାରା ଆବର୍ଜନାରୁ ଜୈବ ଗ୍ୟାସ୍ ଉତ୍ପାଦନ  ହୋଇ ପାରିବ ।

୨-ରୋଷେଇ ପାଇଁ ଗ୍ୟାସ୍ ପାଇବାକୁ ସମସ୍ତେ ଶୌଚାଳୟର ବ୍ୟବହାର କରିବେ । ଫଳରେ ପରିବେଶ ନିର୍ମଳ ରହିବ ।

୩-ଆବର୍ଜନାରୁ ଗ୍ୟାସ୍ ପାଇଯିବା ପରେ ବଳକା ମଳକୁ ଏକ ଉତ୍ତମ କଂପୋଷ୍ଟ ରୂପରେ କୃଷି କାର୍ଯ୍ୟରେ ବ୍ୟବହାର କରାଯାଇ  ପାରିବ ।

୪-ଏହା ସ୍ୱଛ ଭାରତନିର୍ମାଣ ରେ ସହାୟକ ହେବ ।

୫-ଏହା ପରିବେଶ ପାଇଁ ସମ୍ପୂର୍ଣ ଅନୁକୁଳ । ଏହି ବ୍ୟବସ୍ଥା ମାଧ୍ୟମରେ ପଶୁ ସମ୍ପଦ, ମଣିଷ ସମାଜ ଏବଂ ବୃକ୍ଷଲତା ମଧ୍ୟରେ ଏକ ଗଭୀର ସଂଯୋଗ ସ୍ଥାପନ କରାଯାଇ ପାରିବ ।

ଯୋଗାଯୋଗ :-

ଇଂ.  ଅନିଲ କୁମାର ପୃଷ୍ଟି

+ ୯୧ ୯୮୬୧୦୦୪୮୯୫

One Reply to “ଜିରୋ ଓପନ୍ ଡିଫିକେସନ୍

  1. ଏହି ବ୍ୟବସ୍ଥା ରେ ଅତି ସରଳ ଭାବରେ ପଶୁ ସମ୍ପଦ, ମଣିଷ ସମାଜ ଏବଂ ବୃକ୍ଷଲତା ମଧ୍ୟରେ ଏକ ଗଭୀର ସଂଯୋଗ ସ୍ଥାପନ କରାଯାଇ ପାରିବ ।

Leave a Reply

Your email address will not be published. Required fields are marked *

Related Posts