ଉପକ୍ରମ:
ଏକ ବିକସିତ ଘୂର୍ନାୟମାନ ପୋଲ ନିର୍ମାଣ କରିବା ଉକ୍ତ ପ୍ରକଳ୍ପର ଲକ୍ଷ୍ୟ । ଆଧୁନିକ ବୈଷୟିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ସାହାଯ୍ୟ ନେଇ ଏଠାରେ ଆମେ ଏକ ଘୂର୍ନାୟମାନ ପୋଲ ନିର୍ମାଣ କରୁଅଛୁ ଜାହାକି ଉଭୟ ରାସ୍ତା ଏବଂ ରେଳ ପରିବହନ ପଥ ନିମନ୍ତେ ପ୍ରଯୁଜ୍ୟ ହୋଇପାରିବ । ଏହା ସ୍ୱଳ୍ପ ବ୍ୟୟ ବିଶିଷ୍ଟ ହେବା ସଂଗେସଂଗେ ପରିବେଶ ପାଇଂ ମଧ୍ୟ ଅନୁକୁଳ । ଏହା ଦ୍ୱାରା ଦୁଇଟି ପୋଲ ପରିବର୍ତ୍ତେ ଗୋଟିଏ ପୋଲ ମାଧ୍ୟମରେ ଯାତୟାତ ହୋଇପାରିବ । ଘୂର୍ନନଶିଳ ଏହି ପୋଲର ସରଂଚନା, ରେଳ ଆସିବାର ଅବ୍ୟବହିତ ସମୟ ପୂର୍ବରୁ ରେଳପଥକୁ ସଂଯୋଗ କରିଥାଏ । ରେଳଗାଡି ଚାଲିଯିବାପରେ ପୋଲଟି ପୂର୍ବ ଅବସ୍ଥାକୁ ଫେରିଆସିଥାଏ, ଯାହାଫଳରେ ସ୍ଥଳପଥ ରାସ୍ତା ସଂଯୋଗ ହୋଇଯିବା ଦ୍ୱାରା ପରିବହନ ବ୍ୟବସ୍ଥା ଚଳଚଂଚଳ ହୋଇଉଠେ ।
ବ୍ଲକ ଡାଇଗ୍ରାମ

ଆବଶ୍ୟକୀୟ ଉପକରଣ
ବିଦ୍ୟୁତ କୋଷ
ଟ୍ରାନ୍ସଫର୍ମର
ସୌରଫଳକ
କାପାସିଟର
ପ୍ରତିରୋଧ
ଟ୍ରାଞିଷ୍ଟର
ଏଲ.ଇ.ଡି.
ମୋଟର
ଟାଇମର ସର୍କିଟ
ସୁଇଚ
କାର୍ଯ୍ୟପ୍ରଣାଳୀ
ଭୂମି ସହିତ ସମାନ୍ତରାଳ ଭାବରେ ଥିବା ଏହି ଦୃଢ ଏବଂ ହାଲୁକା ପୋଲର ସରଂଚନାଟି, ଲମ୍ବଭାବରେ ଥିବା ମୋଟରର ଅକ୍ଷ୍ୟ ସହ ସଂଯୋଗ ହୋଇଥାଏ । ରେଳଗାଡି ଆସିବାର କିଛି ସମୟ ପୂର୍ବରୁ ପୋଲଟି ଘୁରିଯାଇ ରେଳ ପଥକୁ ସଂଯୋଗ କରିଥାଏ । ଏହି ସମୟରେ ସତର୍କଘଣ୍ଟି ଏବଂ ଲାଲବତୀ କାର୍ଯ୍ୟକ୍ଷମ ହୋଇଉଠି ଜନସାଧାରନଣକୁ ସତର୍କ କରିଥାଏ । ରେଳଗାଡିଟି ପୋଲ ଅତିକ୍ରମ କରିବାର କିଛି ସମୟ ପରେ ପୋଲଟି ପୂନର୍ବାର ପୂର୍ବ ଅବସ୍ଥାକୁ ଫେରିଆସି ସ୍ଥଳପଥ କୁ ସଂଯୋଗ କରିଥାଏ । ଏହି କାର୍ଯ୍ୟପାଇଂ ଆବଶ୍ୟକ ହେଉଥିବା ବିଦ୍ୟୁତ ଶକ୍ତି ସୌରଫଳକ ଜରିଆରେ ସୂର୍ଯ୍ୟ ଠାରୁ ମିଳି ଥାଏ ।
ଉପକାରୀତା
ଏହା ଉଭୟ ସାର୍ବଜନିକ ଏବଂ ମାଲ ପରିବହନ ପାଇଂ ସୁରକ୍ଷିତ ।
ଏହା ପ୍ରଦୂଷଣ ମୁକ୍ତ ବ୍ୟବସ୍ଥା ।
ଏହା ସ୍ୱଳ୍ପ ଖର୍ଚ ବିଶିଷ୍ଟ ଏବଂ ପରିବେଶ ଅନୁକୁଳ ।
ଯୋଗାଯୋଗ :-
ଇଂ. ଅନିଲ କୁମାର ପୃଷ୍ଟି
+ ୯୧ ୯୮୬୧୦୦୪୮୯୫