0 Comments

ଉପକ୍ରମ:

ହାଇପରଲୁପ ହେଉଛି ପରିବହନ ବ୍ୟବସ୍ଥାର ଏକ ନୂତନ ସଂକଳ୍ପନା । ଉଡାଜାହାଜ,  ରେଳ, ମୋଟର କାର ଓ ଜଳତରୀ ପରେ ଏହାକୁ ପରିବହନର ପଁଚମ ସାଧନ ମଧ୍ୟ କୁହାଯାଇଥାଏ । ହାଇପରଲୁପ ହେଉଛି ଉଭୟ ଦ୍ରବ୍ୟ ଓ ସାର୍ବଜନିକ ପରିବହନ ବ୍ୟବସ୍ଥାର ଏକ ବାସ୍ତବ ପରିକଳ୍ପନା । ଏହାର ତିନୋଟି ମୂଖ୍ୟ ଉପାଦାନ ହେଉଛି ଟ୍ୟୁବ, ପଡ୍ ଓ ଟରମିନାଲ । ଏହି ବ୍ୟବସ୍ଥାରେ ଯାତ୍ରୀ ପରିବହନକାରୀ ଡବାଟି ଏକ ଟ୍ୟୁବ ମଧ୍ୟରେ ଏକ ରେଳଧାରଣା ଉପରେ ଭାସମାନ ଅବସ୍ଥାରେ ଦୃତଗତିରେ ଯାତୟାତ କରିଥାଏ । ଏହି ନୂତନ ପରିବହନ ବ୍ୟବସ୍ଥାଟି ସୁରକ୍ଷିତ, ଦୃତ, ସ୍ୱଳ୍ପ ବ୍ୟୟ ସାପେକ୍ଷ, ସୁବିଧା ଜନକ, ପାଣିପାଗ ପରିବର୍ତ୍ତନ ଓ ଭୂମିକମ୍ପ ପ୍ରଭାବରୁ ମୁକ୍ତ । ଦୂର ଓ ଦୃତଗାମୀ ପରିବହନ ବ୍ୟବସ୍ଥାର ମାନ୍ୟତା ପାଇବା ଏହାର ଲକ୍ଷ୍ୟ । କ୍ୟାପସୁଲ ପିଛା ସ୍ୱଳ୍ପ ସିଟ ହେତୁ ଏହାର ଯାତ୍ରୀ ପରିବହନ କ୍ଷମତା ସ୍ୱଳ୍ପ ।

ବ୍ଲକ ଡାଇଗ୍ରାମ

ଆବଶ୍ୟକୀୟ ଉପକରଣ 

ସଲେନଏଡ

ଟ୍ରାନ୍ସଫର୍ମର

କାପାସିଟର

ପ୍ରତିରୋଧ

ଟ୍ରାଞିଷ୍ଟର

ଏଲ.ଇ.ଡି.

ଆଇ.ସି. ୪୦୧୭

ଆଇ.ସି. ୫୫୫

ସ୍ଥାୟୀ ଚୂମ୍ବକ

ରୋଧିତ ତମ୍ବାତାର

କାର୍ଯ୍ୟପ୍ରଣାଳୀ

ବିଦ୍ୟୁତ ସଂଚାଳକ ଶକ୍ତି ଦ୍ୱାରା ପରିଚାଳିତ ହୋଇ ପଡ୍ ଟି ଏକ ସ୍ୱଳ୍ପ ଚାପ ବିଶିଷ୍ଟ ନଳୀ ମଧ୍ୟଦେଇ ଧିରେ ଧିରେ ତ୍ୱରାନ୍ୱୀତ ହୋଇଥାଏ । ପଡ୍ ଟି ରେଳଧାରଣା ଉପରେ ଭାସମାନ ଅବସ୍ଥାରେ ଚୂମ୍ବକୀୟ ଉତ୍ତୋଳନ ସାହାଯ୍ୟରେ ବ୍ୟୋମଯାନ ବେଗରେ ଗତିକରିବାକୁ ଲାଗିଥାଏ । ନଳୀଟି ଆଂଶିକ ରୂପରେ ଶୂନ୍ୟ ଥାଏ । ପଡ୍ ଟି ଦୃତ ଗତିରେ ଆଗକୁ ତ୍ୱରାନ୍ୱିତ ହେଉଥିବାରୁ ଏହା ବାୟୁକୁ ସଂକୁଚିତ କରିଥାଏ । ଏହି ବାୟୁ ପ୍ରତିରୋଧକୁ ହ୍ରାସକରିବାପାଇଁ ପଡ୍ ର ଆଗରେ ଥିବା ପ୍ରୋପେଲର ସାହାଯ୍ୟ କରିଥାଏ ।

ଉପକାରୀତା

ଏହା ଉଭୟ ସାର୍ବଜନିକ ଏବଂ ମାଲ ପରିବହନ ପାଇଁ ସୁରକ୍ଷିତ ।

ଏହି ନୂତନ ପରିକଳ୍ପିତ ପରିବହନ ବ୍ୟବସ୍ଥାଟି ସୁରକ୍ଷିତ, ଦୃତ, ସ୍ୱଳ୍ପ ବ୍ୟୟ ସାପେକ୍ଷ, ସୁବିଧା ଜନକ, ପାଣିପାଗ ପରିବର୍ତ୍ତନ ଓ ଭୂମିକମ୍ପ  ପ୍ରଭାବରୁ ମୁକ୍ତ ।

ଯୋଗାଯୋଗ :-

ଇଂ.  ଅନିଲ କୁମାର ପୃଷ୍ଟି

+ ୯୧ ୯୮୬୧୦୦୪୮୯୫

Leave a Reply

Your email address will not be published. Required fields are marked *

Related Posts