0 Comments

ଉପକ୍ରମ :

ଏକ ବିକଶିତ ଓ ସୁରକ୍ଷିତ ଜେବ୍ରା କ୍ରସିଙ୍ଗ  ସିଗ୍ନାଲ୍ ବ୍ୟବସ୍ଥା ନିର୍ମାଣ କରିବା ଉକ୍ତ ପ୍ରକଳ୍ପର ଲକ୍ଷ୍ୟ । ଆଧୁନିକ ବୈଷୟିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ସାହାଯ୍ୟ ନେଇ ଆମେ ଏଠାରେ ଏକ ସ୍ମାର୍ଟ ଜେବ୍ରା କ୍ରସିଙ୍ଗ ସିଗ୍ନାଲ୍ ବ୍ୟବସ୍ଥା ପ୍ରସ୍ତୁତ କରିଛୁ । ଏହା ଦ୍ୱାରା ଜେବ୍ରା କ୍ରସିଙ୍ଗ ଦେଇ  ରାସ୍ତା ଅତିକ୍ରମ କରିବାକୁ ଯାଉଥିବା ପଥିକ ଓ ଗାଡି ଚାଳକ ମଧ୍ୟରେ ଅନାବଶ୍ୟକ ଭୁଲ ବୁଝାମଣା ଏଡାଇ ଦିଆଯାଇଥାଏ । ଫଳରେ ଧନ ଜୀବନ ଦୂର୍ଘଟଣାରୁ ବର୍ତ୍ତୀଯାଏ । ଏହା ହେଉଛି ଏକ ସଂପୂର୍ଣ୍ଣ ସ୍ୱୟଂ ଚାଳିତ ବ୍ୟବସ୍ଥା ।

ବ୍ଲକ ଡାଇଗ୍ରାମ :

ଆବଶ୍ୟକୀୟ ଉପକରଣ  :

ଲୋଡ୍ ସେଲ୍

ଏଚ୍  ଏକ୍ସ   ୭୧୧

ବଜର୍

୧୨ ଭୋଲ୍ଟ  ଚାର୍ଜର

ଭୋଲ୍ଟେଜ ରେଗୁଲେଟର  

କାପାସିଟର

ପ୍ରତିରୋଧ

ଡାଇଓଡ୍

ରିଲେ

ମାଇକ୍ରୋକଣ୍ଟ୍ରୋଲର୍

ଟ୍ରାଞିଷ୍ଟର

ଏଲ.ଇ.ଡି.

୫ ୫ ୫  ଆଇ. ସି .

ସୁଇଚ

ଲାଲ ଓ ସବୁଜ ବିଦ୍ୟୁତ ବଲ୍ବ

କାର୍ଯ୍ୟପ୍ରଣାଳୀ :

ଜେବ୍ରା କ୍ରସିଙ୍ଗ ଅତିକ୍ରମ କରିବା ପୂର୍ବରୁ ପଥିକ ମାନଙ୍କୁ ଏକତ୍ରିତ ହେବା ପର୍ଯ୍ୟନ୍ତ ଧର୍ଯ୍ୟର ସହ ଅପେକ୍ଷା କରିବାକୁ ହୋଇଥାଏ । ପ୍ରକଳ୍ପରେ ବ୍ୟବହୃତ ହୋଇଥିବା ଲୋଡ୍ ସେଲ୍ ପଥିକ ମାନଙ୍କ ଓଜନ କୁ ମାପୁଥାଏ ।  ସମୁଦାୟ ପଥିକ ମାନଙ୍କ ଓଜନ ପୂର୍ବ ନିର୍ଦ୍ଧାରିତ ସଂଖ୍ୟା ରୁ କମ ଥିଲେ, ପଥିକ ମାନଙ୍କ ପାଇଁ ଲାଲ ସିଗ୍ନାଲ୍ ଓ ରାସ୍ତାରେ ଯାତୟାତ କରୁଥିବା ଯାନ ବାହାନ ପାଇଁ ସବୁଜ ସିଗ୍ନାଲ୍ ପ୍ରଦର୍ଶିତ ହୋଇଥାଏ । ପଥିକ ମାନଙ୍କ ସଂଖ୍ୟା ରେ ବୃଦ୍ଧି ଘଟି ସମୁଦାୟ ଓଜନ ପୂର୍ବ ନିର୍ଦ୍ଧାରିତ ଓଜନ ରୁ ଅଧିକ ହେବାମାତ୍ରେ ପଥିକ ମାନଙ୍କ ପାଇଁ ଲାଲ ସିଗ୍ନାଲ୍ ଟି ସବୁଜ କୁ ଓ ରାସ୍ତାରେ ଯାତୟାତ କରୁଥିବା ଯାନ ବାହାନ ପାଇଁ ସବୁଜ ସିଗ୍ନାଲ୍ ଟି ଲାଲ କୁ ପରିବର୍ତ୍ତନ ହୋଇଥାଏ । ଏହା ହେଉଛି ଏକ ସଂପୂର୍ଣ୍ଣ ସ୍ୱୟଂ ଚାଳିତ ବ୍ୟବସ୍ଥା । ଏହା ସହିତ ବଜର୍ ସତର୍କ ରହିବା ପାଇଁ ଧ୍ୱନୀ ସୃଷ୍ଟିକରେ । ଫଳରେ ଗତିଶୀଳ ଯାନ ବାହାନ କୁ  ଅଟକିବାକୁ ହୁଏ । ଏହା ଦ୍ୱାରା ପଥିକମାନେ ସୁରକ୍ଷିତ ଭାବରେ ଜେବ୍ରା କ୍ରସିଙ୍ଗ  ଦେଇ ରାସ୍ତା ଅତିକ୍ରମ କରିଥାନ୍ତି । ପଥିକ ମାନଙ୍କୁ ତୁରନ୍ତ ଏକ ପୂର୍ବ ନିର୍ଦ୍ଧାରିତ ସମୟ ସୀମା ଭିତରେ ରାସ୍ତା ଅତିକ୍ରମ କରିବା କୁ ହୁଏ । ପ୍ରକଳ୍ପରେ ବ୍ୟବହୃତ ହୋଇଥିବା ଟାଇମର୍ ସର୍କିଟ ଦ୍ୱାରା ଏହି ସମୟ ସୀମା ନିର୍ଦ୍ଧାରିତ ହୋଇଥାଏ । ଏହା ପରେ ସିଗ୍ନାଲ୍ ବ୍ୟବସ୍ଥା ପୂର୍ବପରି ସକ୍ରିୟ ହୋଇଉଠେ  । ଜେବ୍ରା କ୍ରସିଙ୍ଗ ପାଇଁ ଲାଲ ଓ ମୂଖ୍ୟ ରାସ୍ତା ପାଇଁ ସବୁଜ ସିଗ୍ନାଲ୍ ପ୍ରଦର୍ଶିତ ହୁଏ ।

ଉପକାରୀତା :

– ଏହା ଏକ ସ୍ୱୟଂ ଚାଳିତ ବ୍ୟବସ୍ଥା ।

– ଏହା ଏକ ସୁରକ୍ଷିତ ଜେବ୍ରା କ୍ରସିଙ୍ଗ  ଅତିକ୍ରମ ବ୍ୟବସ୍ଥା ।  ଏଥିରେ ପଥିକ ଓ ଗାଡି ଚାଳକ ମଧ୍ୟରେ ଅନାବଶ୍ୟକ ଭୁଲ     ବୁଝାମଣା ଏଡାଇ ଦିଆଯାଇଥାଏ ।

– ଜନଗହଳି ପୂର୍ଣ୍ଣ ଛକ ଯଥା ରାସ୍ତା ପାଖାପାଖି ଥିବା ସ୍କୁଲ୍ , କଲେଜ୍ ,  ବଡ ହସ୍ପିଟାଲ , ଓ ସପିଙ୍ଗ ମଲ୍ ଇତ୍ୟାଦି ମାନଙ୍କ ରେ ଏହି ଜେବ୍ରା କ୍ରସିଙ୍ଗ  ଅତିକ୍ରମ ବ୍ୟବସ୍ଥା ର  ଅନେକ ଉପାଦେୟତା ରହିଛି ।

– ଏହା ଦ୍ୱାରା ଧନ ଜୀବନ ଦୂର୍ଘଟଣାରୁ ବର୍ତ୍ତୀଯାଏ ।

ଯୋଗାଯୋଗ :-

ଇଂ.  ଅନିଲ କୁମାର ପୃଷ୍ଟି

+ ୯୧ ୯୮୬୧୦୦୪୮୯୫

Leave a Reply

Your email address will not be published. Required fields are marked *

Related Posts