ଉପକ୍ରମ:
ଏକ ବିକସିତ ପାଣିପମ୍ପ ବ୍ୟବସ୍ଥା ନିର୍ମାଣ କରିବା ଉକ୍ତ ପ୍ରକଳ୍ପର ଲକ୍ଷ୍ୟ । ଆଧୁନିକ ବୈଷୟିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ସାହାଯ୍ୟ ନେଇ ଏଠାରେ ଆମେ ଏକ ଏପରି ପାଣିପମ୍ପ ବ୍ୟବସ୍ଥା ନିର୍ମାଣ କରୁଅଛୁ ଜାହାକି ଇଂଟରନେଟ୍ ଦ୍ୱାରା ପରିଚାଳିତ ହୋଇପାରିବ । ଉକ୍ତ ପ୍ରକଳ୍ପ ରେ ଆମେ ୱାଇଫାଇ ମଡ୍ୟୁଲ୍ ବ୍ୟବହାରକରି ଏକ ଆଣ୍ଡ୍ରଏଡ୍ ମୋବାଇଲ ଫୋନ ଜରିଆରେ ପାଣିପମ୍ପ ର ପରିଚାଳନାକରୁଅଛୁ । ଏହା ଦ୍ୱାରା ପାଣିପମ୍ପ ପାଖକୁ ନଯାଇ ଅନତି ଦୂରରେ ଥାଇମଧ୍ୟ ମୋବାଇଲ ଫୋନ ମାଧ୍ୟମ ରେ ଇଂଟରନେଟ୍ ର ଉପସ୍ଥିତି ରେ ପାଣିପମ୍ପ ର ପରିଚାଳନା କରାଯାଇ ପାରିବ । ଏହି ପ୍ରକଳ୍ପଟି ଦୈନନ୍ଦିନ ଜୀବନରେ ଖୁବ୍ ଉପଯୋଗୀ
ବ୍ଲକ ଡାଇଗ୍ରାମ

ଆବଶ୍ୟକୀୟ ଉପକରଣ
ଟ୍ରାନ୍ସଫର୍ମର
କାପାସିଟର
ପ୍ରତିରୋଧ
ରିଲେ
ଟ୍ରାଞିଷ୍ଟର
ଏଲ.ଇ.ଡି.
ପାଣିପମ୍ପ
ସୁଇଚ୍
ୱାଇଫାଇ ମଡ୍ୟୁଲ୍
ପ୍ରତିରୋଧ – ଏହା ବିଦ୍ୟୁତ ସ୍ରୋତ ର ପ୍ରବାହ କୁ ଅବରୋଧ କରିଥାଏ ।
ପରିବର୍ତ୍ତିତ ପ୍ରତିରୋଧ – ଏଥିରେ ପ୍ରତିରୋଧକୁ ଆବଶ୍ୟକ ମୂତାବକ ବୃଦ୍ଧି ଓ ହ୍ରାସ କରିବାର ପ୍ରବନ୍ଧ ଥାଏ ।
ଡାଇଓଡ୍ – ଏହା ବିଦ୍ୟୁତ ସ୍ରୋତକୁ କେବଳ ଗୋଟିଏ ଦିଗରେ ପ୍ରବାହିତ କରିଥାଏ । ବିପରୀତ ଦିଗରେ ଏହା ବିଦ୍ୟୁତ ସ୍ରୋତକୁ ପ୍ରବାହିତ ହେବାପାଇଁ ଅନୁମତି ଦେଇନଥାଏ । ଏହା ମଧ୍ୟରେ ପି-ପ୍ରକାର ଓ ଏନ୍-ପ୍ରକାର ଅର୍ଦ୍ଧପରିବାହୀ ମହଜୁଦ ଥାଏ ।
ସୁଇଚ୍ – ଏହା କୁ ହାତରେ ଦବାଇ ବିଦ୍ୟୁତ ପରିପଥ କୁ ସଂଯୋଗ ଓ ବିଛିନ୍ନ କରାଯାଇଥାଏ ।
ରିଲେ– ଏହା ଏକ ସ୍ୱୟଂଚାଳିତ ସୁଇଚ୍ । ବିଦ୍ୟୁତ ପରିପଥ କୁ ସଂଯୋଗ ଓ ବିଛିନ୍ନ କରିବା ଏହାର କାର୍ଯ୍ୟ । ରିଲେ ମଧ୍ୟରେ ଏକ ବିଦ୍ୟୁତ ଚୁମ୍ବକ ନିହିତ ଥାଏ । ରିଲେକୁ ବିଦ୍ୟୁତ ଚୁମ୍ବକିୟ ସୁଇଚ୍ ମଧ୍ୟ କୁହାଯାଏ ।
କାପାସିଟର – ଏହା ବୈଦ୍ୟୁତିକ ଚାର୍ଜକୁ ଗଛିତ କରି ରଖିପାରେ ।
ଟ୍ରାନ୍ସଫର୍ମର– ଏହା ଭୋଲ୍ଟେଜ କୁ କମାଇପାରେ । ଏଠାରେ ବ୍ୟବହାର ହୋଇଥିବା ଟ୍ରାନ୍ସଫର୍ମର ଟି ଏକ ଅପଚାୟୀ ଟ୍ରାନ୍ସଫର୍ମର ।
ଟ୍ରାଞିଷ୍ଟର– ଏହା ବୈଦ୍ୟୁତିକ ସିଗ୍ନାଲ୍ କୁ ଆମ୍ପ୍ଲିଫାଏ କରିପାରେ । ଏହା ସୁଇଚ୍ ପରି ମଧ୍ୟ କାର୍ଯ୍ୟ କରିଥାଏ ।
ପାଣିପମ୍ପ – ଏହା ଭିତରେ ଏକ ବୈଦ୍ୟୁତିକ ମୋଟର ଏବଂ ଇମ୍ପେଲର୍ ନିହିତ ଥାଏ । ବୈଦ୍ୟୁତିକ ମୋଟର ବିଦ୍ୟୁତ ଶକ୍ତି କୁ ଯାନ୍ତ୍ରୀକ ଶକ୍ତି ରେ ରୂପାନ୍ତରିତ କରିଥାଏ । ଡି.ସି. ମୋଟର ର ଦୁଇ ପ୍ରାନ୍ତରେ ବିଦ୍ୟୁତ ସଂଯୋଗ କୁ ବଦଳାଇ ଦେଲେ, ମୋଟର ବିପରୀତ ଦିଗରେ ଘୂରିଥାଏ।
ଏଲ୍.ଇ.ଡି. – ଏହା ବିଦ୍ୟୁତ ଶକ୍ତିକୁ ଆଲୋକ ଶକ୍ତିରେ ରୂପାନ୍ତରିତ କରିଥାଏ । ଏହା ଏକ ଟ୍ରାନ୍ସଡ୍ୟୁସର୍ ।
ୱାଇଫାଇ ମଡ୍ୟୁଲ୍ – ଏଠାରେ ବ୍ୟବହୃତ ହୋଇଥିବା ୱାଇଫାଇ ମଡ୍ୟୁଲ୍ ଟି ୱାଇଫାଇ ଇଂଟରନେଟ୍ ଜରିଆରେ କାର୍ଯ୍ୟକରିଥାଏ । ଏହା ୨.୬ କିଲୋୱାଟ ପର୍ଯ୍ୟନ୍ତ ବୈଦ୍ୟୁତିକ ଲୋଡ୍ ନେଇପାରେ ।
କାର୍ଯ୍ୟପ୍ରଣାଳୀ
ପ୍ରକଳ୍ପରେ ବ୍ୟବହୃତ ହୋଇଥିବା ଅପଚାୟୀ ଟ୍ରାନ୍ସଫର୍ମର ଟି ୨୩୦ ଭୋଲ୍ଟ ବିଶିଷ୍ଟ ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ ସ୍ରୋତ କୁ ୧୨ ଭୋଲ୍ଟ ବିଦ୍ୟୁତ ସ୍ରୋତ ରେ ପରିଣତକରିଥାଏ। ଏହି କୁ ୧୨ ଭୋଲ୍ଟ ବିଦ୍ୟୁତ ସ୍ରୋତ ରେକ୍ଟିଫାଇଆର୍ ସର୍କିଟ୍ ମାଧ୍ୟମରେ ସଳଖ ସ୍ରୋତରେ ରୂପାନ୍ତରିରିତ ହୋଇଥାଏ। ପାଣି ପମ୍ପର ପରିଚାଳନା ନିମନ୍ତେ ୧୨ ଭୋଲ୍ଟ ବିଶିଷ୍ଟସଳଖ ବିଦ୍ୟୁତ ସ୍ରୋତ ବ୍ୟବହୃତ ହୋଇଥାଏ । ୱାଇଫାଇ ମଡ୍ୟୁଲ୍ ଟି ସୁଇଚ୍ ବୋର୍ଡ ର ଥ୍ରୀପିନ୍ ସକେଟ୍ ରେ ସଂଯୋଗ ହୋଇଥାଏ । ପ୍ରକଳ୍ପଟି ଉକ୍ତ ୱାଇଫାଇ ମଡ୍ୟୁଲ୍ ରୁ ବିଦ୍ୟୁତ ସଂଯୋଗ ପାଇଥାଏ । ୱାଇଫାଇ ମଡ୍ୟୁଲ୍ ଟି ଏକ ସ୍ୱତନ୍ତ୍ର ଆଣ୍ଡ୍ରଏଡ୍ ଆପ୍ ମାଧ୍ୟମ ରେ ପରିଚାଳିତ ହୋଇଥାଏ । ଉକ୍ତ ଆପ୍ କୁ ଗୁଗୁଲ୍ ପ୍ଲେ ଷ୍ଟୋର୍ ରୁ ଡାଉନ୍ ଲୋଡ୍ କରି ଆଣ୍ଡ୍ରଏଡ୍ ମୋବାଇଲ ଫୋନ ରେ ଇଂଷ୍ଟଲ୍ କରାଯାଇଥାଏ । ମହଜୁଦ ଥିବା ୱାଇଫାଇ ଇଂଟରନେଟ୍ ଜରିଆରେ ଉଭୟ ଆଣ୍ଡ୍ରଏଡ୍ ମୋବାଇଲ ଫୋନ ଓ ୱାଇଫାଇ ମଡ୍ୟୁଲ୍ ମଧ୍ୟରେ ସମ୍ପର୍କ ସ୍ଥାପନ କରାଯାଇଥାଏ। ଇଂଟରନେଟ୍ ର ଉପସ୍ଥିତିରେ, ଆପ୍ ମାଧ୍ୟମ ରେ ୱାଇଫାଇ ମଡ୍ୟୁଲ୍ କୁ ପରିଚାଳିତ କରାଯାଇଥାଏ। ପ୍ରକଳ୍ପଟି ୱାଇଫାଇ ମଡ୍ୟୁଲ୍ ରୁ ପାୱାର ପାଉଥିବାରୁ, ପାଣିପମ୍ପ ର ସକ୍ରିୟ ଏବଂ ନିଷ୍କ୍ରିୟ ଅବସ୍ଥା ୱାଇଫାଇ ମଡ୍ୟୁଲ୍ ର ସକ୍ରିୟ ଏବଂ ନିଷ୍କ୍ରିୟ ଅବସ୍ଥା ଉପରେ ନିର୍ଭର କରିଥାଏ ।

ଉପକାରୀତା
ଏହା ଦ୍ୱାରା ପାଣିପମ୍ପ ପାଖକୁ ନଯାଇ ଦୂରରେ ଥାଇମଧ୍ୟ ମୋବାଇଲ ଫୋନ ମାଧ୍ୟମ ରେ ଇଂଟରନେଟ୍ ର ଉପସ୍ଥିତି ରେ ପାଣିପମ୍ପ ର ପରିଚାଳନା କରାଯାଇ ପାରିବ ।
ଏହି ପ୍ରକଳ୍ପଟି ଦୈନନ୍ଦିନ ଜୀବନରେ ଖୁବ୍ ଉପଯୋଗୀ ।
ଏହାର ପରିଚାଳନା ପ୍ରକ୍ରିୟା ଖୁବ୍ ସରଳ ।
ଏହା ବିଜୁଳି ଶକ୍ତି ଅପଚୟ କୁ ରୋକିପାରିବ।
ଯୋଗାଯୋଗ :-
ଇଂ. ଅନିଲ କୁମାର ପୃଷ୍ଟି
+ ୯୧ ୯୮୬୧୦୦୪୮୯୫
ଏହା ମାଧ୍ୟମରେ ପାଣିପମ୍ପ ପାଖକୁ ନଯାଇ, ଦୂରରେ ଥାଇମଧ୍ୟ ମୋବାଇଲ ଫୋନ ମାଧ୍ୟମ ରେ ଇଂଟରନେଟ୍ ର ଉପସ୍ଥିତି ରେ ପାଣିପମ୍ପ କୁ ଅନ୍ ଓ ଅଫ୍ କରାଯାଇ ପାରିବ ।