0 Comments

ଉପକ୍ରମ:

ଏହି ପ୍ରକଳ୍ପରେ ଆମେ ଆଧୁନିକ ବୈଷୟିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ସାହାଯ୍ୟ ନେଇ ଚାରି ଚକିଆ ଯାନ ବାହାନ ପାର୍କିଂ ବ୍ୟବସ୍ଥା କୁ ସରଳ ଓ ତୃଟି ମୁକ୍ତ କରିଅଛୁ । ସଧାରଣ ପାର୍କିଂ ବ୍ୟବସ୍ଥା ରେ କେତୋଟି ପାର୍କିଂ ସ୍ଥାନ ପୂରଣ ହୋଇଛି ଓ କେତୋଟି ସ୍ଥାନ ଖାଲି ରହିଛି , ପ୍ରବେଶ କରିବାକୁ ଯାଉଥିବା ଗାଡି ଚାଳକ ଜାଣି ପାରିନଥାଏ । ଫଳରେ ପାର୍କିଂ ବ୍ୟବସ୍ଥା ରେ ଭୁଲ ବୁଝାମଣା ପରିସ୍ଥିତି ଉପୁଜେ । ଏହି ସବୁ ଅବ୍ୟବସ୍ଥାକୁ ଏଡାଇବା ପାଇଁ ଆମେ ସ୍ମାର୍ଟ ପାର୍କିଂ ବ୍ୟବସ୍ଥା ର ଉପଯୋଗ କରିଅଛୁ । ଏହା ହେଉଛି ଏକ ସଂପୂର୍ଣ୍ଣ ସ୍ୱୟଂ ଚାଳିତ ବ୍ୟବସ୍ଥା ।

ବ୍ଲକ ଡାଇଗ୍ରାମ

ଆବଶ୍ୟକୀୟ ଉପକରଣ  :

ବିଦ୍ୟୁତ କୋଷ

ଚାର୍ଜର

କାପାସିଟର

ପ୍ରତିରୋଧ

ପରିବର୍ତ୍ତିତ ପ୍ରତିରୋଧ

ଡାଇଓଡ୍

ରିଲେ

ଏଲ୍.ଡି.ଆର୍.

ଲେଜର୍

ମାଇକ୍ରୋକଣ୍ଟ୍ରୋଲର୍

ବକ୍ କନଭର୍ଟର

ଟ୍ରାଞିଷ୍ଟର

ଏଲ.ଇ.ଡି.

ସର୍ଭୋ ମୋଟର

୫ ୫ ୫  ଆଇ. ସି .

ସୁଇଚ

ଏଲ୍. ସି. ଡି .

ଉପକରଣ  ବିବରଣୀ :                                                                                                                        

ବିଦ୍ୟୁତ କୋଷ – ଏହା ବିଦ୍ୟୁତ ଶକ୍ତିକୁ ଗଛିତ କରି ରଖିଥାଏ ।

ପ୍ରତିରୋଧ – ଏହା ବିଦ୍ୟୁତ ସ୍ରୋତ ର ପ୍ରବାହ କୁ ଅବରୋଧ କରିଥାଏ ।

ପରିବର୍ତ୍ତିତ ପ୍ରତିରୋଧ – ଏଥିରେ ପ୍ରତିରୋଧକୁ ଆବଶ୍ୟକ ମୂତାବକ ବୃଦ୍ଧି ଓ ହ୍ରାସ କରିବାର ପ୍ରବନ୍ଧ ଥାଏ ।

ଡାଇଓଡ୍ – ଏହା ବିଦ୍ୟୁତ ସ୍ରୋତକୁ କେବଳ ଗୋଟିଏ ଦିଗରେ ପ୍ରବାହିତ କରିଥାଏ । ବିପରୀତ ଦିଗରେ ଏହା ବିଦ୍ୟୁତ ସ୍ରୋତକୁ ପ୍ରବାହିତ ହେବାପାଇଁ ଅନୁମତି ଦେଇନଥାଏ । ଏହା ମଧ୍ୟରେ ପି-ପ୍ରକାର ଓ ଏନ୍-ପ୍ରକାର ଅର୍ଦ୍ଧପରିବାହୀ ମହଜୁଦ ଥାଏ ।

ସୁଇଚ୍ – ଏହା କୁ ହାତରେ ଦବାଇ ବିଦ୍ୟୁତ ପରିପଥ କୁ ସଂଯୋଗ ଓ ବିଛିନ୍ନ କରାଯାଇଥାଏ ।

ରିଲେ – ଏହା ଏକ ସ୍ୱୟଂଚାଳିତ ସୁଇଚ୍ । ବିଦ୍ୟୁତ ପରିପଥ କୁ ସଂଯୋଗ ଓ ବିଛିନ୍ନ କରିବା ଏହାର କାର୍ଯ୍ୟ । ରିଲେ ମଧ୍ୟରେ ଏକ ବିଦ୍ୟୁତ ଚୁମ୍ବକ ନିହିତ ଥାଏ । ରିଲେକୁ ବିଦ୍ୟୁତ ଚୁମ୍ବକିୟ ସୁଇଚ୍ ମଧ୍ୟ କୁହାଯାଏ ।

କାପାସିଟର‌ – ଏହା ବୈଦ୍ୟୁତିକ ଚାର୍ଜକୁ ଗଛିତ କରି ରଖିପାରେ ।

ସର୍ଭୋ ମୋଟର – ଏହା ବିଦ୍ୟୁତ ଶକ୍ତି କୁ ଯାନ୍ତ୍ରୀକ ଶକ୍ତି ରେ ରୂପାନ୍ତରିତ କରିଥାଏ । ଏହା ଦ୍ୱାରା ନିର୍ଦ୍ଧାରିତ କୋଣ ର ପରିମାଣ ଅନୁଯାୟୀ ଘୂର୍ଣନ ସମ୍ଭବ ।

ଏଲ୍.ଇ.ଡି. – ଏହା ବିଦ୍ୟୁତ ଶକ୍ତିକୁ ଆଲୋକ ଶକ୍ତିରେ ରୂପାନ୍ତରିତ କରିଥାଏ । ଏହା ଏକ ଟ୍ରାନ୍ସଡ୍ୟୁସର୍ ।

ଟ୍ରାଞିଷ୍ଟର- ଏହା ବୈଦ୍ୟୁତିକ ସିଗ୍ନାଲ୍ କୁ ଆମ୍ପ୍ଲିଫାଏ କରିପାରେ । ଏହା ସୁଇଚ୍ ପରି ମଧ୍ୟ କାର୍ଯ୍ୟ କରିଥାଏ ।

ଟାଇମର ସର୍କିଟ – ଏହା ଦ୍ୱାରା ଏକ ନିର୍ଦ୍ଧିଷ୍ଟ ସମୟ ସୀମା ନିର୍ଦ୍ଧାରଣ କରାଯାଇପାରେ ।

ଏଲ୍.ଡି.ଆର୍. – ଏହା ଏକ ଆଲୋକ ସେନ୍ସର । ଆଲୋକର ଉପସ୍ଥିତିରେ ଏହାର ପ୍ରତିରୋଧ ହ୍ରାସ ପାଇଥାଏ । ଆଲୋକର ଅନୁପସ୍ଥିତିରେ ଏହାର ପ୍ରତିରୋଧ ବୃଦ୍ଧି ପାଇଥାଏ ।

ଲେଜର୍ – ଏହା ଆଲୋକ ରଶ୍ମୀକୁ କେନ୍ଦ୍ରିଭୁତ କରି ଅନେକ ଦୂର ପର୍ଯ୍ୟନ୍ତ ପଠାଇ ପାରିଥାଏ ।

ମାଇକ୍ରୋକଣ୍ଟ୍ରୋଲର୍- ଏହା ଏକ କ୍ଷୁଦ୍ର କମ୍ପ୍ୟୁଟର୍ । ପ୍ରୋଗ୍ରାମ ମାଧ୍ୟମରେ କମାଣ୍ଡ ଦିଆଯାଇ ଏଥିରେ ଅନେକ କାମ କରାଯାଇପାରେ ।

ଲିକୁଇଡ କ୍ରିଷ୍ଟାଲ  ଡିସପ୍ଲେ – ଏହା ଦ୍ୱାରା ସଂଖ୍ୟା ଓ ଅକ୍ଷର ଲେଖା ଦେଖାଯାଇପାରେ ।

ବକ୍ କନଭର୍ଟର – ଏହା ଅଧିକ ସଳଖ ବିଦ୍ୟୁତ ବିଭବ  କୁ କମ ସଳଖ ବିଦ୍ୟୁତ ବିଭବ ରେ ପରିଣତ କରିଥାଏ ।

କାର୍ଯ୍ୟପ୍ରଣାଳୀ

ପ୍ରାରମ୍ଭିକ  ଅବସ୍ଥାରେ ଏଲ୍. ସି. ଡି . ରେ ସମୁଦାୟ କେତୋଟି ପାର୍କିଂ ସ୍ଥାନ ଖାଲି ରହିଛି ତାହା ପ୍ରବେଶ ଫାଟକ ପୂର୍ବରୁ ପ୍ରଦର୍ଶିତ ହୋଇଥାଏ । ପ୍ରବେଶ କରୁଥିବା କାର୍ ଦ୍ୱାରା ଲେଜର୍ ରଶ୍ମୀ ଛେଦ ହେଲେ ଫାଟକ ଆପେଆପେ ଖୋଲି ଯାଇଥାଏ । କାର୍ ଟି ଫାଟକ ଅତିକ୍ରମ କଲାପରେ, ଫାଟକ ଆପେଆପେ ବନ୍ଦ ହୋଇ ଯାଇଥାଏ । ଖାଲି ପଡିଥିବା ପାର୍କିଂ ସ୍ଥାନ ରେ କାର୍ ଛିଡା ହୋଇଥାଏ । ଏହା ପରେ ଏଲ୍. ସି. ଡି . ରେ ଗୋଟିଏ ସଂଖ୍ୟା ହ୍ରାସ ପାଇ , ବଳକା ଥିବା ଖାଲି ପାର୍କିଂ ସ୍ଥାନ ପ୍ରଦର୍ଶିତ ହୋଇଥାଏ । ଏହି ପ୍ରଣାଳୀ ପ୍ରତିଟି ପ୍ରବେଶ କରୁଥିବା କାର୍ ପାଇଁ କାର୍ଯ୍ୟ କରିଥାଏ । ସମସ୍ତ ଖାଲି ପାର୍କିଂ ସ୍ଥାନ ପୂରଣ ହୋଇଯିବା ପରେ , ଏଲ୍. ସି. ଡି . ରେ ଆଉ ପାର୍କିଂ ସ୍ଥାନ ଖାଲି ନାହିଁ ବୋଲି ପ୍ରଦର୍ଶିତ ହୋଇଥାଏ । ଏହି ଅବସ୍ଥା ରେ ଯଦି କୌଣସି କାର୍ ପ୍ରବେଶ ଦ୍ୱାର ପାଖକୁ ଆସିଥାଏ ତେବେ ତା ପାଇଁ ଫାଟକ ଖୋଲି ନଥାଏ । ପାର୍କିଂ ସ୍ଥାନ ରେ ଛିଡା ହୋଇଥିବା କାର୍ ଯଦି ବାହାରକୁ ଆସେ ତେବେ ଖାଲି ପଡିଥିବା ସମୁଦାୟ ପାର୍କିଂ ସ୍ଥାନ ଏଲ୍. ସି. ଡି . ରେ ପ୍ରଦର୍ଶିତ ହୋଇଥାଏ ।

ଉପକାରୀତା:

୧ – ଏହା ଏକ ସ୍ୱୟଂ ଚାଳିତ ବ୍ୟବସ୍ଥା ।

୨ – ଜନଗହଳି ପୂର୍ଣ୍ଣ ସ୍ଥାନ ଯଥା ମଲ୍ଟିନେସନାଲ କମ୍ପାନୀ ଅଫିସ୍ ,  ବଡ ହସ୍ପିଟାଲ , ସିନେମା ହଲ୍ ଓ ସପିଙ୍ଗ ମଲ୍ ଇତ୍ୟାଦି ରେ ଏହି ପାର୍କିଂ ବ୍ୟବସ୍ଥାର ଅନେକ ଉପାଦେୟତା ରହିଛି ।

ଯୋଗାଯୋଗ :-

ଇଂ.  ଅନିଲ କୁମାର ପୃଷ୍ଟି

+ ୯୧ ୯୮୬୧୦୦୪୮୯୫

Leave a Reply

Your email address will not be published. Required fields are marked *

Related Posts