ଉପକ୍ରମ:–
ଏକ ବିକଶିତ ଓ ସ୍ୱଛ ରେଲୱେ ପ୍ଲାଟଫର୍ମ ନିର୍ମାଣ କରିବା ଉକ୍ତ ପ୍ରକଳ୍ପର ଲକ୍ଷ୍ୟ । ଆଧୁନିକ ବୈଷୟିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ସାହାଯ୍ୟ ନେଇ ଏଠାରେ ଆମେ ଏକ ପରିଷ୍କାର ପରିଛନ୍ନ ରେଳ ପ୍ଲାଟଫର୍ମର ବ୍ୟବସ୍ଥା କରିଅଛୁ । ଏହା ସ୍ୱୟଂଚାଳିତ ହେବା ସଂଗେସଂଗେ ସ୍ୱଛ ପରିବେଶ ପାଇଂ ମଧ୍ୟ ଅନୁକୁଳ । ଏହା ଦ୍ୱାରା ଭାରତର ସମ୍ମାନ ବୃଧି ପାଇବା ସଂଗେ ସଂଗେ ବାତାବରଣ ସ୍ୱାସ୍ଥ୍ୟ ଅନୁକୁଳ ହୋଇଥାଏ । ଏହି କାର୍ଯ୍ୟପାଇଁ ଆବଶ୍ୟକ ହେଉଥିବା ବିଦ୍ୟୁତ ଶକ୍ତି ସୌରଫଳକ ଜରିଆରେ ସୂର୍ଯ୍ୟ ଠାରୁ ମିଳି ଥାଏ ।
ବ୍ଲକ ଡାଇଗ୍ରାମ:-

ଆବଶ୍ୟକୀୟ ଉପକରଣ:–
ବିଦ୍ୟୁତ କୋଷ
ଲେଜର୍
ଏଲ୍. ଡି. ଆର୍.
ସୌରଫଳକ
କାପାସିଟର
ପ୍ରତିରୋଧ
ଟ୍ରାଞିଷ୍ଟର
ଏଲ.ଇ.ଡି.
ମୋଟର
ସର୍ଭୋ ମୋଟର
ଟାଇମର ସର୍କିଟ
ସୁଇଚ
ଡାଇଓଡ
ରିଲେ
ମାଇକ୍ରୋକଣ୍ଟ୍ରୋଲର
ଆର୍. ଏଫ୍. ଟ୍ରାନ୍ସମିଟର
ଆର୍. ଏଫ୍. ରିସିଭର
ଉପକରଣ ବିବରଣୀ :–
ବିଦ୍ୟୁତ କୋଷ – ଏହା ବିଦ୍ୟୁତ ଶକ୍ତିକୁ ଗଛିତ କରି ରଖିଥାଏ ।
ପ୍ରତିରୋଧ – ଏହା ବିଦ୍ୟୁତ ସ୍ରୋତ ର ପ୍ରବାହ କୁ ଅବରୋଧ କରିଥାଏ ।
ଡାଇଓଡ୍ – ଏହା ବିଦ୍ୟୁତ ସ୍ରୋତକୁ କେବଳ ଗୋଟିଏ ଦିଗରେ ପ୍ରବାହିତ କରିଥାଏ । ବିପରୀତ ଦିଗରେ ଏହା ବିଦ୍ୟୁତ ସ୍ରୋତକୁ ପ୍ରବାହିତ ହେବାପାଇଁ ଅନୁମତି ଦେଇନଥାଏ । ଏହା ମଧ୍ୟରେ ପି-ପ୍ରକାର ଓ ଏନ୍-ପ୍ରକାର ଅର୍ଦ୍ଧପରିବାହୀ ମହଜୁଦ ଥାଏ ।
ସୁଇଚ୍ – ଏହା କୁ ହାତରେ ଦବାଇ ବିଦ୍ୟୁତ ପରିପଥ କୁ ସଂଯୋଗ ଓ ବିଛିନ୍ନ କରାଯାଇଥାଏ ।
ରିଲେ- ଏହା ଏକ ସ୍ୱୟଂଚାଳିତ ସୁଇଚ୍ । ବିଦ୍ୟୁତ ପରିପଥ କୁ ସଂଯୋଗ ଓ ବିଛିନ୍ନ କରିବା ଏହାର କାର୍ଯ୍ୟ । ରିଲେ ମଧ୍ୟରେ ଏକ ବିଦ୍ୟୁତ ଚୁମ୍ବକ ନିହିତ ଥାଏ । ରିଲେକୁ ବିଦ୍ୟୁତ ଚୁମ୍ବକିୟ ସୁଇଚ୍ ମଧ୍ୟ କୁହାଯାଏ ।
କାପାସିଟର – ଏହା ବୈଦ୍ୟୁତିକ ଚାର୍ଜକୁ ଗଛିତ କରି ରଖିପାରେ ।
ଏଲ୍.ଇ.ଡି. – ଏହା ବିଦ୍ୟୁତ ଶକ୍ତିକୁ ଆଲୋକ ଶକ୍ତିରେ ରୂପାନ୍ତରିତ କରିଥାଏ । ଏହା ଏକ ଟ୍ରାନ୍ସଡ୍ୟୁସର୍ ।
ଟ୍ରାଞିଷ୍ଟର- ଏହା ବୈଦ୍ୟୁତିକ ସିଗ୍ନାଲ୍ କୁ ଆମ୍ପ୍ଲିଫାଏ କରିପାରେ । ଏହା ସୁଇଚ୍ ପରି ମଧ୍ୟ କାର୍ଯ୍ୟ କରିଥାଏ ।
୫୫୫ ଟାଇମର ସର୍କିଟ – ଏହା ଦ୍ୱାରା ଏକ ନିର୍ଦ୍ଧିଷ୍ଟ ସମୟ ସୀମା ନିର୍ଦ୍ଧାରଣ କରାଯାଇପାରେ ।
ମାଇକ୍ରୋକଣ୍ଟ୍ରୋଲର୍- ଏହା ଏକ କ୍ଷୁଦ୍ର କମ୍ପ୍ୟୁଟର୍ । ପ୍ରୋଗ୍ରାମ ମାଧ୍ୟମରେ କମାଣ୍ଡ ଦିଆଯାଇ ଏଥିରେ ଅନେକ କାମ କରାଯାଇପାରେ ।
୭୮୦୫ ଭୋଲ୍ଟେଜ ରେଗୁଲେଟର ଆଇ. ସି.- ଏହା ୫ ଭୋଲ୍ଟ ଡି.ସି. ଯୋଗାଇଥାଏ ।
ସୌରଫଳକ– ଏଥିରେ ବ୍ୟବହୃତ ହୋଇଥିବା ଅର୍ଦ୍ଧପରିବାହୀ ପଦାର୍ଥ ବିଦ୍ୟୁତ ଶକ୍ତିକୁ ସୌର ଶକ୍ତିରେ ରୂପାନ୍ତରିତ କରିଥାଏ ।
ବୈଦ୍ୟୁତିକ ମୋଟର – ଏହା ବିଦ୍ୟୁତ ଶକ୍ତି କୁ ଯାନ୍ତ୍ରୀକ ଶକ୍ତି ରେ ରୂପାନ୍ତରିତ କରିଥାଏ । ଡି.ସି. ମୋଟର ର ଦୁଇ ପ୍ରାନ୍ତରେ ବିଦ୍ୟୁତ ସଂଯୋଗ କୁ ବଦଳାଇ ଦେଲେ, ମୋଟର ବିପରୀତ ଦିଗରେ ଘୂରିଥାଏ।
ଏଲ୍.ଡି.ଆର୍. – ଏହା ଏକ ଆଲୋକ ସେନ୍ସର । ଆଲୋକର ଉପସ୍ଥିତିରେ ଏହାର ପ୍ରତିରୋଧ ହ୍ରାସ ପାଇଥାଏ । ଆଲୋକର ଅନୁପସ୍ଥିତିରେ ଏହାର ପ୍ରତିରୋଧ ବୃଦ୍ଧି ପାଇଥାଏ ।
ଲେଜର୍ – ଏହା ଆଲୋକ ରଶ୍ମୀକୁ କେନ୍ଦ୍ରିଭୁତ କରି ଅନେକ ଦୂର ପର୍ଯ୍ୟନ୍ତ ପଠାଇ ପାରିଥାଏ ।
ସର୍ଭୋ ମୋଟର – ଏହା ଏକ ସ୍ୱତନ୍ତ୍ର ମୋଟର,ଏହା ମାଧ୍ୟମରେ ସୂକ୍ଷ୍ମାତିସୂକ୍ଷ୍ମ ଘୂର୍ଣନ ସମ୍ଭବ ।
ଆର୍. ଏଫ୍. ଟ୍ରାନ୍ସମିଟର- ଏହା ଦ୍ୱାରା ଏକ ନିର୍ଧିଷ୍ଟ ବାରମ୍ବାରତା ରେ ବେତାର ତରଂଗ କୁ ପଠାଯାଇ ଥାଏ ।
ଆର୍. ଏଫ୍. ରିସିଭର – ଏହା ଦ୍ୱାରା ଏକ ନିର୍ଧିଷ୍ଟ ବାରମ୍ବାରତା ରେ ବେତାର ତରଂଗ କୁ ଗ୍ରହଣ କରାଯାଇଥାଏ ।
ରେସିପ୍ରୋକେଟିଂ ମେକାନିଜମ୍- ଏହି ବ୍ୟବସ୍ଥା ଦ୍ୱରା କୌଣସି ଯନ୍ତ୍ରରେ ବାରମ୍ବାର ଆଗପଛ କିମ୍ବା ଉପର ତଳ ଗତି ସମ୍ଭବ । ଏଥିରେ ଏକ ମୋଟର ଓ କିଛି ଦଣ୍ଡ ସମ୍ପୃକ୍ତ ଥାନ୍ତି ।
କାର୍ଯ୍ୟପ୍ରଣାଳୀ:-
ସାଧାରଣତଃ ରେଳଧାରଣା ଉପରେ ଥିବା ମଇଳା ଓ ଦୂଷିତ ଜଳ, ବାୟୁ ସଂଷ୍ପର୍ସରେ ଆସି ପ୍ଲାଟଫର୍ମ ପରିବେଶକୁ ଅପରିଷ୍କାର କରିଥାଏ । ଏହି ପ୍ରକଳ୍ପରେ ଧାରଣା ଉପରେ ଥିବା ମଇଳାକୁ ଜମିବାକୁ ଦିଆଯିବ ନାହିଁ । ରେଳ ଗାଡି ପ୍ଲାଟଫର୍ମରେ ପ୍ରବେଶ କରିବା ମାତ୍ରେ ଲେଜର୍ ରଶ୍ମୀ ଛେଦ ହୋଇ ସେନ୍ସର ଉପରେ ଆପତିତ ହୋଇନଥାଏ । ଫଳରେ ବିଦ୍ୟୁତ ପରିପଥ ସକ୍ରିୟ ହୋଇଉଠି ଟାଇମର ସର୍କିଟ କୁ କାର୍ଯ୍ୟକ୍ଷମ କରାଇଥାଏ । ଏହା ପରେ ମାଇକ୍ରୋକଣ୍ଟ୍ରୋଲର ଦ୍ୱାରା ସର୍ଭୋ ମୋଟର ପରିଚାଳିତ ହୋଇଥାଏ । ରେଳଧାରଣା ତଳେଥିବା ଡ୍ରେନ୍ ର ଢ଼ାଙ୍କୁଣୀ ଗୁଡିକ ସ୍ୱତଃପ୍ରବୃତ୍ତ ଭାବରେ ଖୋଲିଯାଇଥାନ୍ତି ।

ରେଳ କୋଚ୍ ଗୁଡିକ ପ୍ଲାଟଫର୍ମରେ ସ୍ଥିରଥିବା ଅବସ୍ଥାରେ ଧାରଣା ତଳେ ଥିବା ଡ୍ରେନ୍ ମଧ୍ୟରୁ ମଳ ସଂଗ୍ରହକାରୀ ନଳୀ ଗୁଡିକ ଭୂମି ସହିତ ଲମ୍ବଭାବରେ ରୁହନ୍ତି। ଏହି ନଳୀଗୁଡିକ ମାଧ୍ୟମରେ କୋଚ୍ ର ଶୌଚାଳୟ ରୁ ମଳ ଗୁଡିକ ଧାରଣା ତଳେଥିବା ଡ୍ରେନ୍ ମଧ୍ୟରେ ସଂଗୃହିତ ହୁଏ । ମଳ ସଂଗ୍ରହ କାର୍ଯ୍ୟ ଶେଷ ହେବାପରେ, ଧାରଣା ଉପରକୁ ଆସିଥିବା ନଳୀ ଗୁଡିକ ଡ୍ରେନ୍ ମଧ୍ୟକୁ ଫେରିଯାଇଥାନ୍ତି । ଏହାପରେ ସ୍ୱତଃପ୍ରବୃତ୍ତ ଭାବେ ଡ୍ରେନ୍ ଢ଼ାଙ୍କୁଣୀ ଗୁଡିକ ବନ୍ଦ୍ ହୋଇଯାଏ । ସର୍ଭୋ ମୋଟର ମାଧ୍ୟମରେ ଗଠନ କରାଯାଇଥିବା ରେସିପ୍ରୋକେଟିଂ ବ୍ୟବସ୍ଥା ହେତୁ ଏପରି ହୋଇଥାଏ ।
ଉପକାରୀତା:–
- ଏହା ଦ୍ୱାରା ଭାରତର ସମ୍ମାନ ବୃଧି ପାଇବା ସଂଗେ ସଂଗେ ବାତାବରଣ ସ୍ୱାସ୍ଥ୍ୟ ଅନୁକୁଳ ହୋଇଥାଏ ।
- ଏହା ଏକ ପରିଷ୍କାର ପରିଛନ୍ନ ରେଳ ପ୍ଲାଟଫର୍ମ ବ୍ୟବସ୍ଥା ହୋଇଥିବାରୁ ବାୟୁ ସଂକ୍ରମଣ ଜନିତ ରୋଗ ବ୍ୟାପିନଥାଏ ।
- ଏହା ସ୍ୱଛ ଭାରତ ଅଭିଜାନରେ ସହାୟକ ହେବ ।
- ଏହା ଏକ ସ୍ୱୟଂଚାଳିତ ବ୍ୟବସ୍ଥା ।
- ଏଥିରେ ବ୍ୟବହୃତ ହେଉଥିବା ଶକ୍ତି ସୂର୍ଯ୍ୟ ଠାରୁ ବିନା ମୂଲ୍ୟରେ ମିଳି ଥାଏ ।