0 Comments

ଉପକ୍ରମ:

ଏକ ବିକସିତ  ସ୍ୱୟଂଚାଳିତ ରେଳ ଲେବଲକ୍ରସିଂ ଫାଟକ ନିର୍ମାଣ କରିବା ଉକ୍ତ ପ୍ରକଳ୍ପର ଲକ୍ଷ୍ୟ । ସାଧାରଣତଃ ଲେବଲକ୍ରସିଂ ଫାଟକ ଦାୟିତ୍ୱରେ ଥିବା ଅପରେଟର ର ଅସାବଧାନତା ହେତୁ ଅନେକ ସମୟରେ ଦୁର୍ଘଟଣା ଘଟିଥାଏ । ଏହି ଦୁର୍ଘଟଣା କୁ ରୋକିବା ପାଇଁ, ଆଧୁନିକ ବୈଷୟିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ସାହାଯ୍ୟ ନେଇ ଉକ୍ତ ପ୍ରକଳ୍ପରେ ଆମେ ଏକ ସ୍ୱୟଂଚାଳିତ ଫାଟକ ବ୍ୟବସ୍ଥା ନିର୍ମାଣ କରିଅଛୁ । ଏଠାରେ କୌଣସି ଅପରେଟର ବ୍ୟକ୍ତି ର ଆବଶ୍ୟକତା ପଡେନାହିଁ । ଏହି ପ୍ରକଳ୍ପଟି ଅଣପାରମ୍ପରିକ ଶକ୍ତିଦ୍ୱାରା ପରିଚାଳିତ।

ବ୍ଲକ ଡାଇଗ୍ରାମ


ଆବଶ୍ୟକୀୟ ଉପକରଣ 

ବିଦ୍ୟୁତ କୋଷ

ପ୍ରତିରୋଧ

ପରିବର୍ତ୍ତିତ ପ୍ରତିରୋଧ

ଡାଇଓଡ୍

ସୁଇଚ୍

ରିଲେ

କାପାସିଟର

ବୈଦ୍ୟୁତିକ ମୋଟର

ଏଲ୍.ଇ.ଡି.  

ଟ୍ରାନ୍ସଫର୍ମର

ସୌରଫଳକ

ଟ୍ରାଞିଷ୍ଟର

ଟାଇମର ସର୍କିଟ

ଏଲ୍.ଡି.ଆର୍.

ଲେଜର୍

ପରିବାହୀତାର

ବିଦ୍ୟୁତ କୋଷ – ଏହା ବିଦ୍ୟୁତ ଶକ୍ତିକୁ ଗଛିତ କରି ରଖିଥାଏ ।

ପ୍ରତିରୋଧ – ଏହା ବିଦ୍ୟୁତ ସ୍ରୋତ ର ପ୍ରବାହ କୁ ଅବରୋଧ କରିଥାଏ ।

ପରିବର୍ତ୍ତିତ ପ୍ରତିରୋଧ – ଏଥିରେ ପ୍ରତିରୋଧକୁ ଆବଶ୍ୟକ ମୂତାବକ ବୃଦ୍ଧି ଓ ହ୍ରାସ କରିବାର ପ୍ରବନ୍ଧ ଥାଏ ।

ଡାଇଓଡ୍ – ଏହା ବିଦ୍ୟୁତ ସ୍ରୋତକୁ କେବଳ ଗୋଟିଏ ଦିଗରେ ପ୍ରବାହିତ କରିଥାଏ । ବିପରୀତ ଦିଗରେ ଏହା ବିଦ୍ୟୁତ ସ୍ରୋତକୁ ପ୍ରବାହିତ ହେବାପାଇଁ ଅନୁମତି ଦେଇନଥାଏ । ଏହା ମଧ୍ୟରେ ପି-ପ୍ରକାର ଓ ଏନ୍-ପ୍ରକାର ଅର୍ଦ୍ଧପରିବାହୀ ମହଜୁଦ ଥାଏ ।

ସୁଇଚ୍ – ଏହା କୁ ହାତରେ ଦବାଇ ବିଦ୍ୟୁତ ପରିପଥ କୁ ସଂଯୋଗ ଓ ବିଛିନ୍ନ କରାଯାଇଥାଏ ।

ରିଲେ- ଏହା ଏକ ସ୍ୱୟଂଚାଳିତ ସୁଇଚ୍ । ବିଦ୍ୟୁତ ପରିପଥ କୁ ସଂଯୋଗ ଓ ବିଛିନ୍ନ କରିବା ଏହାର କାର୍ଯ୍ୟ । ରିଲେ ମଧ୍ୟରେ ଏକ ବିଦ୍ୟୁତ ଚୁମ୍ବକ ନିହିତ ଥାଏ । ରିଲେକୁ ବିଦ୍ୟୁତ ଚୁମ୍ବକିୟ ସୁଇଚ୍ ମଧ୍ୟ କୁହାଯାଏ ।

କାପାସିଟର‌ – ଏହା ବୈଦ୍ୟୁତିକ ଚାର୍ଜକୁ ଗଛିତ କରି ରଖିପାରେ ।

ବୈଦ୍ୟୁତିକ ମୋଟର – ଏହା ବିଦ୍ୟୁତ ଶକ୍ତି କୁ ଯାନ୍ତ୍ରୀକ ଶକ୍ତି ରେ ରୂପାନ୍ତରିତ କରିଥାଏ । ଡି.ସି. ମୋଟର ର ଦୁଇ ପ୍ରାନ୍ତରେ ବିଦ୍ୟୁତ ସଂଯୋଗ କୁ ବଦଳାଇ ଦେଲେ, ମୋଟର ବିପରୀତ ଦିଗରେ ଘୂରିଥାଏ।

ଏଲ୍.ଇ.ଡି. – ଏହା ବିଦ୍ୟୁତ ଶକ୍ତିକୁ ଆଲୋକ ଶକ୍ତିରେ ରୂପାନ୍ତରିତ କରିଥାଏ । ଏହା ଏକ ଟ୍ରାନ୍ସଡ୍ୟୁସର୍ ।

ଟ୍ରାନ୍ସଫର୍ମର– ଏହା ଭୋଲ୍ଟେଜ କୁ କମାଇପାରେ । ଏଠାରେ ବ୍ୟବହାର ହୋଇଥିବା ଟ୍ରାନ୍ସଫର୍ମର ଟି ଏକ ଅପଚାୟୀ ଟ୍ରାନ୍ସଫର୍ମର ।

ସୌରଫଳକ– ଏଥିରେ ବ୍ୟବହୃତ ହୋଇଥିବା ଅର୍ଦ୍ଧପରିବାହୀ ପଦାର୍ଥ ବିଦ୍ୟୁତ ଶକ୍ତିକୁ ସୌର ଶକ୍ତିରେ ରୂପାନ୍ତରିତ କରିଥାଏ ।

ଟ୍ରାଞିଷ୍ଟର- ଏହା ବୈଦ୍ୟୁତିକ ସିଗ୍ନାଲ୍ କୁ ଆମ୍ପ୍ଲିଫାଏ କରିପାରେ । ଏହା ସୁଇଚ୍ ପରି ମଧ୍ୟ କାର୍ଯ୍ୟ କରିଥାଏ ।

ଟାଇମର ସର୍କିଟ – ଏହା ଦ୍ୱାରା ଏକ ନିର୍ଦ୍ଧିଷ୍ଟ ସମୟ ସୀମା ନିର୍ଦ୍ଧାରଣ କରାଯାଇପାରେ ।

ଏଲ୍.ଡି.ଆର୍. – ଏହା ଏକ ଆଲୋକ ସେନ୍ସର । ଆଲୋକର ଉପସ୍ଥିତିରେ ଏହାର ପ୍ରତିରୋଧ ହ୍ରାସ ପାଇଥାଏ । ଆଲୋକର ଅନୁପସ୍ଥିତିରେ ଏହାର ପ୍ରତିରୋଧ ବୃଦ୍ଧି ପାଇଥାଏ ।

ଲେଜର୍ – ଏହା ଆଲୋକ ରଶ୍ମୀକୁ କେନ୍ଦ୍ରିଭୁତ କରି ଅନେକ ଦୂର ପର୍ଯ୍ୟନ୍ତ ପଠାଇ ପାରିଥାଏ ।

କାର୍ଯ୍ୟପ୍ରଣାଳୀ

ଫାଟକର ଉଭୟ ବାମ ଓ ଦକ୍ଷିଣ ପାର୍ଶ୍ୱରେ କିଛି ଦୂରତା ବ୍ୟବଧାନରେ ଦୁଇଟି ସେନ୍ସର ସେଟ୍ ଖଂଜା ଯାଇଥାଏ । ବାମପଟ ରୁ ଆସୁଥିବା ରେଳ ଇଂଜିନ ଦ୍ୱାରା ଲେଜର ରଶ୍ମୀ ଛେଦ ହେବା ଦ୍ୱାରା ବିଦ୍ୟୁତ ପରିପଥ ସକ୍ରିୟ ହୋଇଉଠି ଅବ୍ୟବହିତ ସମୟ ପୂର୍ବରୁ ଫାଟକକୁ ବନ୍ଦକରିଥାଏ । ରେଳଟି ଲେବଲକ୍ରସିଂ ଅତିକ୍ରମ କରିଯିବା ପରେ ଯେବେ ଦକ୍ଷିଣ ପଟେ ଥିବା ଲେଜର ରଶ୍ମୀ କୁ ଛେଦ କରେ ସେତେବେଳେ ବିଦ୍ୟୁତ ପରିପଥ ସକ୍ରିୟ ହୋଇଉଠି ବନ୍ଦ ଥିବା ଫାଟକକୁ ଖୋଲି ଦେଇଥାଏ । ଏହି କାର୍ଯ୍ୟପ୍ରଣାଳୀ ସମ୍ପୂର୍ଣ ଭାବରେ ସ୍ୱୟଂଚାଳିତ । ଏହି କାର୍ଯ୍ୟ ପାଇଁ ଆବଶ୍ୟକ ହେଉଥିବା ବିଦ୍ୟୁତ ଶକ୍ତି ସୌରଫଳକ ମାଧ୍ୟମରେ ଚାର୍ଜହେଉଥିବା ବିଦ୍ୟୁତ କୋଷରୁ ମିଳିଥାଏ ।

ଉପକାରୀତା

ଏହାଦ୍ୱାରା ଦୂର୍ଘଟଣାକୁ ରୋକାଯାଇ ପାରିବ ।

ଏହା ସମ୍ପୂର୍ଣ ଭାବରେ ଅଣପାରମ୍ପରିକ ଶକ୍ତି ଦ୍ୱାରା ପରିଚାଳିତ।

ଏହା ସମ୍ପୂର୍ଣ ସ୍ୱୟଂଚାଳିତ ଏବଂ ସୂଲଭ ।

ଯୋଗାଯୋଗ :-

ଇଂ.  ଅନିଲ କୁମାର ପୃଷ୍ଟି

+ ୯୧ ୯୮୬୧୦୦୪୮୯୫

One Reply to “ସୋଲାର ପାୱାର୍ଡ ଲେବଲକ୍ରସିଂ ଗେଟ୍ ଫର୍ ଟ୍ରେନ୍

  1. ଏହା ଏକ ସ୍ୱୟଂଚାଳିତ ଫାଟକ ବ୍ୟବସ୍ଥା । ଏଠାରେ କୌଣସି ଅପରେଟର ବ୍ୟକ୍ତି ର ଆବଶ୍ୟକତା ନାହିଁ ।

Leave a Reply

Your email address will not be published. Required fields are marked *

Related Posts